ଭୁବନେଶ୍ବର: ଏଣିକି ଜେଲରେ କଏଦୀଙ୍କ ସହ ସାକ୍ଷାତକାରରେ ହେବନି ସମସ୍ଯା । କାରଣ ବିଦେଶୀ ଢାଞ୍ଚାରେ ଉପଲବ୍ଧ ହେଲା ସୁବିଧା । ବିଦେଶୀ ଫିଲ୍ମ ଭଳି କଏଦୀଙ୍କ ସହ ନିଜ ସମ୍ପର୍କିୟ କଥା ହେବେ ଇଣ୍ଟରକମ ଫୋନରେ । ତା ସହିତ ଦୃଶ୍ୟମାନ ଗ୍ଲାସ ଜରିଆରେ ଦେଖିପାରିବେ । ଏଭଳି ସୁବିଧାର ଶୁଭାରମ୍ଭ ହୋଇଛି ଝାରପଡା ଜେଲରେ ।
୧୬ଟି ଇଣ୍ଟରକମ ଫୋନର ଶୁଭାରମ୍ଭ ହୋଇଛି । ଫଳରେ କୋଭିଡ ପାଇଁ ଦୀର୍ଘ ୧୦ ମାସ ଧରି ବନ୍ଦ ଥିବା ମୁଲାକାତ ବ୍ଯବସ୍ଥା ପୁଣି ଚାଲୁ ହୋଇଛି । ତେବେ କଏଦୀ ମାନେ ଏବେ ନିଜ ସମ୍ପର୍କୀୟଙ୍କ ସହ ମନଭରି କଥା ହୋଇପାରିବେ । ତାହା ପୁଣି ସୀମିତ ନିର୍ଦ୍ଧିଷ୍ଟ ସମୟ ପାଇଁ । ଯାହାକି ଏଭଳି ସୁବିଧା ସେମାନଙ୍କର ଆତ୍ମୀୟ ପରିଜନଙ୍କ ସହ କଥାବାର୍ତ୍ତାର ମଜା ନେଇପାରିବେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ