ETV Bharat / city

ଶଗଡ଼ ଗାଡ଼ିରେ ବସି ଯୁବ କଂଗ୍ରେସର ଅଭିନବ ପ୍ରତିବାଦ - rising oil prices

କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କୃଷି ଆଇନ ପ୍ରତ୍ୟାହାର ଏବଂ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ।

ଯୁବ କଂଗ୍ରେସର ଅଭିନବ ପ୍ରତିବାଦ
ଯୁବ କଂଗ୍ରେସର ଅଭିନବ ପ୍ରତିବାଦ
author img

By

Published : Feb 2, 2021, 8:02 PM IST

ଭୁବନେଶ୍ବର: କୃଷି ଆଇନ ଓ ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ଅଭିନବ ପ୍ରତିବାଦ । କେନ୍ଦ୍ରୀୟ କୃଷି ଆଇନ ଓ ତୈଳର ଅହେତୁକ ଦର ବୃଦ୍ଧି ବିରୋଧରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ଯୁବ କଂଗ୍ରେସ ।

ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଶଗଡ଼ ଗାଡ଼ିରେ ବସି ପାୱାର ହାଉସ ଛକରୁ ରାଜଭବନ ଅଭିମୁଖେ ଅଭିନବ ପ୍ରତିବାଦ ଜଣାଇଲା ରାଜ୍ୟ ଯୁବ କଂଗ୍ରେସ। ରାଜଭବନକୁ ଯିବା ବାଟରେ ପୋଲିସ ସହ ଠେଲାପେଲା ହୋଇଛି । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା କୃଷି ଆଇନ ପ୍ରତ୍ୟାହାର ଏବଂ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ ।

ବିକ୍ଷୋଭରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇଛନ୍ତି। ଗତକାଲି(ସୋମବାର) କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ବଜେଟରେ ଯେଉଁଭଳି ଭାବେ ପେଟ୍ରୋଲ ଓ ଡିଜେଲରେ ଶେଷ ଫାର୍ମ ପାଇଁ ଟିକସ ବୃଦ୍ଧି କରାଯାଇଛି, ତାକୁ ଯୁବ କଂଗ୍ରେସ ନାପସନ୍ଦ କରିବା ସହ ଏହାର ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.