ETV Bharat / city

'ଲୋକେ ସଚେତନ ନ ହେଲେ ବଢିବ ସଂକ୍ରମଣ'

author img

By

Published : Apr 16, 2021, 1:44 PM IST

ଲୋକମାନେ ସଚେତନ ନହେଲେ ରାଜ୍ୟରେ ଆହୁରି ସଂକ୍ରମଣ ବଢିପାରେ ବୋଲି ଡିଏମଇଟି ଡକ୍ଟର ସିବିକେ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

'ଲୋକେ ସଚେତନ ନ ହେଲେ ବଢିବ ସଂକ୍ରମଣ'
'ଲୋକେ ସଚେତନ ନ ହେଲେ ବଢିବ ସଂକ୍ରମଣ'

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ମହାମାରୀର ପ୍ରଥମ ଲହର ଠାରୁ ଦ୍ବିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରାଜଧାନୀବାସୀ ନିୟମକୁ ମାନୁନାହାନ୍ତି । ତେବେ ଲୋକ ସଚେତନ ନ ହେଲେ ସଂକ୍ରମଣ ଅଧିକ ବଢିପାରେ ବୋଲି ଡ଼ିଏମଇଟି ଡକ୍ଟର ସିବେକେ ମହାନ୍ତି କହିଛନ୍ତି ।

'ଲୋକେ ସଚେତନ ନ ହେଲେ ବଢିବ ସଂକ୍ରମଣ'

ରାଜଧାନୀରେ ଲୋକମାନେ କୋଭିଡ଼ ନିୟମ ସଠିକ ଭାବେ ପାଳନ କରୁନଥିବା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢିବାର ମୁଖ୍ୟ କାରଣ ବୋଲି ଡକ୍ଟର ମହାନ୍ତି କହିଛନ୍ତି । ମହାମାରୀର ପ୍ରଥମ ୱେଭ ଧୀରେ ଧୀରେ ବ୍ୟାପୁଥିଲା କିନ୍ତୁ ଦ୍ବିତୀୟ ୱେଭ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରଥମ ପର୍ଯ୍ୟାୟରେ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିଯାଇଛି ତେଣୁ ଏବେ ବୟସ୍କଙ୍କ ଅପେକ୍ଷା ଯୁବଗୋଷ୍ଠୀଙ୍କୁ କୋରୋନା ଅଧିକ ହେଉଛି । ଭାଇରସର ଜୀବନକାଳ ଅଧିକ ଥିବାରୁ ସେ ମ୍ୟୁଟେସନ ପ୍ରକ୍ରିୟା ବା ରୂପାନ୍ତରିତ ହୋଇ ଲୋକଙ୍କ ମାଧ୍ୟମରେ ସଂକ୍ରମିତ ହୁଏ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସଂକ୍ରମଣ ଆଗକୁ ଆହୁରି ବଢ଼ିପାରେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

ତେବେ ବୟସ୍କ ବ୍ୟକ୍ତି କୋରୋନାରେ ସଂକ୍ରମିତ ହେଲେ ସେମାନଙ୍କୁ ସଙ୍ଗରୋଧରେ ରଖିବା ଆବଶ୍ୟକ । ମେ ଶେଷ ଆଡକୁ ସଂକ୍ରମଣ କମିପାରେ । କିନ୍ତୁ ମୃତ୍ୟୁହାର କମିବା ସମ୍ପର୍କରେ କିଛି କହିହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.