ETV Bharat / city

ଶକ୍ତି ବିଭାଗରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ ନିଯୁକ୍ତ

author img

By

Published : May 26, 2021, 6:31 AM IST

ବାତ୍ୟା ପରିବର୍ତ୍ତୀ ସ୍ଥିତିର ମୁକାବିଲା ସହ ବିଦ୍ୟୁତ ସେକ୍ଟରକୁ ଶକ୍ତିଶାଳୀ ପାଇଁ ପ୍ରସ୍ତୁତ ସରକାର । ଶକ୍ତି ବିଭାଗରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମଙ୍କୁ କରାଯାଇଛି ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ..

ଶକ୍ତି ବିଭାଗରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ ନିଯୁକ୍ତ
ଶକ୍ତି ବିଭାଗରେ ଶିଳ୍ପ ନିର୍ଦ୍ଦେଶକ ସାଦ୍ଦିକ ଆଲାମ ନିଯୁକ୍ତ

ଭୁବନେଶ୍ବର: ବାତ୍ୟା ୟସ ମାଡରେ ପ୍ରଭାବିତ ହେବାକୁ ଥିବା କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ବିଦ୍ୟୁତ ସେବା କ୍ଷେତ୍ରରେ ଅଧିକ କ୍ଷୟକ୍ଷତି ହୋଇପାରେ । ଯାହା ଫଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବ । ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପ୍ରସ୍ତୁତ ସରକାର ।

ଏହି ପରିପ୍ରେକ୍ଷୀରେ ଶକ୍ତି ବିଭାଗରେ ଅତିରିକ୍ତ ନିଯୁକ୍ତି କରିଛନ୍ତି ସରକାର । ଶକ୍ତି ବିଭାଗକୁ ଅଧିକ ବଳବାନ କରାଇବା ଲାଗି ପଦକ୍ଷେପ ନେଇଛନ୍ତି ସରକାର । ତେଣୁ ମଙ୍ଗଳବାର ଶକ୍ତି ବିଭାଗରେ ଅତିରିକ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ସରକାର । ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମଙ୍କୁ ଶକ୍ତି ବିଭାଗରେ ନିଯୁକ୍ତି ଦେଇଛନ୍ତି ସରକାର ।

ଆସନ୍ତା ଜୁନ ମାସ 10 ତାରିଖ ଯାଏଁ ତାଙ୍କୁ ଶକ୍ତି ବିଭାଗରେ ନିୟୋଜିତ କରିଛନ୍ତି ସରକାର । ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.