ETV Bharat / city

ଭାରତୀୟ ଦୂତାବାସ ପକ୍ଷରୁ ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ

ଭାରତୀୟ ଦୂତାବାସର ଆମନ୍ତ୍ରଣରେ ବାହାରିନ ଓଡ଼ିଆ ସମାଜ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦର ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଯୋଗ ସଚେତନତା ଶିବିରରେ ସାମିଲ ହେଲେ ବାହାରିନରେ ବସବାସ କରୁଥିବା ଓଡ଼ିଆ । ଅଧିକ ପଢନ୍ତୁ...

ଭାରତୀୟ ଦୂତାବାସ ପକ୍ଷରୁ ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ
ଭାରତୀୟ ଦୂତାବାସ ପକ୍ଷରୁ ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ
author img

By

Published : Jun 23, 2021, 8:02 PM IST

Updated : Jun 23, 2021, 10:20 PM IST

ଭୁବନେଶ୍ବର: ଭାରତୀୟ ଦୂତାବାସର ଆମନ୍ତ୍ରଣରେ ବାହାରିନ ଓଡ଼ିଆ ସମାଜ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦର ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ ହୋଇଛି । ଏହି ଉପଲକ୍ଷେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏକ ଅନଲାଇନ ଯୋଗ ସଚେତନତା ଶିବିରରେ ବାହାରିନରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନେ ସେମାନଙ୍କ ପରିବାରବର୍ଗଙ୍କ ସହିତ ଏଥିରେ ଯୋଗ ଦେଇଛନ୍ତି ।

ଭାରତୀୟ ଦୂତାବାସ ପକ୍ଷରୁ ସପ୍ତମ ଆନ୍ତର୍ଜାତିକ ଯୋଗ ସପ୍ତାହ ପାଳନ

ଭାରତୀୟ ଦୂତାବାସ ଦ୍ଵାରା ଏହି ଶିବିରକୁ ଭିଡ଼ିଓ କନଫରେନସିଂ ଜରିଆରେ ସଞ୍ଚାଳନ କରାଯାଇଛି । ଏହି ଆୟୋଜନରେ ବାହାରିନରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ମାନ୍ୟଗଣ୍ୟ ସଦସ୍ୟ ଯୋଗ ଦେଇଥିଲେ । ସ୍ଥାନୀୟ ବାହାରିନ ମୁସଲିମ ବାସିନ୍ଦା ମଧ୍ୟ ଏହି ଯୋଗ ଶିବିରରେ ବହୁ ପରିମାଣରେ ଅଂଶ ଗ୍ରହଣ କରିଛନ୍ତି । ସେମାନେ ମଧ୍ୟ ଯୋଗର ଉପକାରିତା ବୁଝିବା ସହିତ ପ୍ରତିଦିନ ଯୋଗ ଅଭ୍ୟାସ କରିବା ପାଇଁ ଶପଥ ନେଇଛନ୍ତି । ଯୋଗ ବର୍ତ୍ତମାନ ଜାତି, ଧର୍ମ, ବର୍ଣ୍ଣ ଏବଂ ଦେଶର ପରିଧିରେ ଅବାଧ ନ ରହି ସାରା ବିଶ୍ୱରେ ସମ୍ପ୍ରସାରଣ ହୋଇଛି । ଏହା ଶରୀରକୁ ସୁସ୍ଥ ରଖିବାର ଏକ ବୈଜ୍ଞାନିକ ଉପଯୋଗୀତା ବୋଲି ପ୍ରମାଣିତ ହୋଇଛି ।

ଭାରତର ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ଏହି ଲାଇଭ ଷ୍ଟ୍ରିମିଙ୍ଗ ଅଧିବେଶନରେ ଯୋଗ ବିଷୟବସ୍ତୁ ଯେପରିକି ସୁସ୍ଥ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ଓ ସ୍ଵଗୃହରୁ ଯୋଗାଭ୍ୟାସ କରାଯିବାର ବାର୍ତ୍ତା ଉପରେ ଆଲୋକପାତ କରିଛନ୍ତି । ବିଶେଷ କରି ବର୍ତ୍ତମାନର କୋରୋନା ମହାମାରୀ ଜନିତ ସଙ୍କଟ କାଳରେ ଯୋଗ ଦ୍ବାରା କିଭଳି ବିମର୍ଷ ଭାବକୁ ଦୂର କରାଯାଇପାରିବ ଏବଂ ମାନବ ମନରେ ସକାରାତ୍ମକ ଚିନ୍ତାଧାରା ଅନୁପ୍ରବେଶ କରାଯାଇପାରିବ ସେ ସମ୍ପର୍କରେ ଚର୍ଚ୍ଚା କରାଯାଇଛି । ଯୋଗ ବିଜ୍ଞାନ ଅନୁଶୀଳନ ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳନ ଓ ସଂହତି ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଫଳସ୍ୱରୁପ ମାନବ ସମାଜର ସର୍ବମଙ୍ଗଳ ସକାଶେ ବ୍ୟକ୍ତିଗତ ସଚେତନତା ତଥା ସାମୂହିକ ସଚେତନତା ଉଦ୍ରେକ କରାଯିବା ସମ୍ଭବପର ହୋଇପାରୁଥିବା ମତ ପ୍ରକାଶ ପାଇଛି ।

ବାହାରିନ ଓଡ଼ିଆ ସମାଜ ତରଫରୁ ପ୍ରତିଷ୍ଠାତା ସଭାପତି ଡ଼. ଅରୁଣ କୁମାର ପ୍ରହରାଜ ପ୍ରତିନିଧିତ୍ୱ କରିଥିଲେ । ସେ କହିଥିଲେ ଯେ ନିଃସନ୍ଦେହ କୋଭିଡ୍ ମହାମାରୀ ମାନବଜାତି ପାଇଁ ଏକ ବଡ଼ ବିପଦ । କିନ୍ତୁ ଆମେ ସମସ୍ତେ ସହମତ ହେବୁ ଯେ ଏହି ସମୟ ଆମ ସମସ୍ତଙ୍କ ପାଇଁ ଜଣେ ମହାନ ଶିକ୍ଷକ । ଏହା ଆମକୁ ଶିକ୍ଷା ଦେଲା ଯେ ଆମର ସର୍ବୋତ୍ତମ ବନ୍ଧୁ ଆମର ସୁସ୍ଥ ଶରୀର । ଏହା ସୁସ୍ଥ ରହିବା ପୁଷ୍ଟିକର ଖାଦ୍ୟ ଏବଂ ସାମଗ୍ରିକ ବ୍ୟାୟାମ ଦ୍ବାରା ସମ୍ଭବ । ଯାହା କେବଳ ନିୟମିତ ଯୋଗ ଅଭ୍ୟାସ ଦ୍ବାରା ହିଁ ସମ୍ଭବ ।

ବାହାରିନ ଓଡ଼ିଆ ସମାଜ ତରଫରୁ ସୁନିତା ପ୍ରହରାଜ, ସୁବାସ ସାହୁ, ଜ୍ୟୋତି ଶର୍ମା, ସତ୍ୟକ ସାହୁ, ଅମୀୟ ସ୍ୱାଇଁ, ରମେଶ ପାଣିଗ୍ରାହୀ, ଅରୁଣୀତା ପ୍ରହରାଜ, ସ୍ନେହା ପାଣିଗ୍ରାହୀ, ଅନୁଷ୍କା, ନୃସିଂହ ଚରଣ ନାୟକ, ତନିମା ଧଳ, ପପୀ ରାଣୀ, ଶୁଭେନ୍ଦୁ ଦାସ, ପ୍ରିୟା ମହାନ୍ତି, ଶ୍ରେୟା ଦାସ, ପ୍ରେମ କୁମାର, ହିମାଂଶୁ, ଦେବାଶିଷ, ଭବ୍ୟା, ତୋଷୀ, ପ୍ରଣୟ ରାଉତ, ପିତାମ୍ବର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଦୀର୍ଘ ସପ୍ତାହେ ଧରି ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବାହାରିନରେ ଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି । ଯୋଗର ଉପକାରିତା ବାବଦରେ ସେମାନେ ଜାଣି ପାରିଛନ୍ତି । ବିଶେଷକରି ଏଥିରେ ପିଲାମାନେ ବହୁତ ଆନନ୍ଦ ଉପଭୋଗ କରିଛନ୍ତି । ଭାରତ ସରକାର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ବହୁତ ପରିମାଣରେ ପ୍ରଶଂସା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 23, 2021, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.