ETV Bharat / city

ମନେପଡେ ସଂଗ୍ରାମର ସ୍ବର୍ଣ୍ଣାଭ ଅଧ୍ୟାୟ, ବିଶ୍ବ ଦେଖିଲା ଭାରତର ଶକ୍ତି - ଗଣତନ୍ତ୍ର ଦିବସ

ଆଜି ଉତ୍ସାହ ଓ ହର୍ଷୋଲ୍ଲାସର ସହ ଦେଶ ପାଳନ କରୁଛି 72ତମ ଗଣତନ୍ତ୍ର ଦିବସ । ଭବ୍ୟ ପରେଡର ସାକ୍ଷୀ ପାଲଟୁଛି ଦିଲ୍ଲୀର ରାଜପଥ । ଅଧିକ ପଢନ୍ତୁ...

ଗଣତନ୍ତ୍ର ଦିବସ
ଗଣତନ୍ତ୍ର ଦିବସ
author img

By

Published : Jan 26, 2021, 12:49 PM IST

ଫରଫର ହୋଇ ଉଡୁଛି ଆର୍ଯ୍ୟବର୍ତ୍ତ ଭାରତବର୍ଷର ମୈତ୍ରୀ ରଙ୍ଗରେ ରଙ୍ଗାୟିତ ତ୍ରିରଙ୍ଗା । ସେହି ତ୍ରିରଙ୍ଗାରୁ ଝରଝର ହୋଇ ଝରୁଛି ଶାନ୍ତି, ମୈତ୍ରୀର କାହାଣୀ । ଆଉ ଗୁଞ୍ଜରିତ ହେଉଛି ଦେଶ ଭକ୍ତିର ଗୀତ । ମନେ ପଡୁଛି ସଂଗ୍ରାମର ସେହି ସ୍ଵର୍ଣ୍ଣାଭ ସ୍ମୃତି ଅଧ୍ୟାୟ, ଯାହା ପାଇଁ ଦିନେ ଝରିଥିଲା ଅନେକଙ୍କୁ ନୟନରୁ ନୀର.. ଆଉ ସ୍ମୃତି ପଟରେ ସର୍ବଦା ଅଭୁଲା ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କ କଥା, ଯାହଙ୍କ ଦେଶଭକ୍ତିର ରକ୍ତଧାରା ବହି ଆମ ହାତମୁଠାରେ ପହଞ୍ଚିଥିଲା ସ୍ଵାଧୀନତା । ଦେଶକୁ ଆଲୋକିତ କରିବାକୁ ଲିଭିଯାଇଥିଲା ଅନେକ ଘରର ଦୀପ ।

72 ତମ ଗଣତନ୍ତ୍ର ଦିବସ

1947 ଅଗଷ୍ଟ 15, ଅନେକ ବୀରଙ୍କ ସଂଘର୍ଷ ଓ ବଳବାନ ପରେ ଆମେ ଦେଶକୁ ମିଳିଥିଲା ସ୍ଵାଧୀନତା । ଭାରତ ସ୍ଵାଧୀନ ତ ହେଲା, ମାତ୍ର ସ୍ବୟଂ ଚାଳିତ ହେବା ପାଇଁ ଆମପଖରେ ଥିଲା ନା ଆଇନ କାନୁନ୍ ନା କୌଣସି ବ୍ୟବସ୍ଥା । ଏଥିପାଇଁ ପ୍ରସ୍ତୁତ ହେଲା ସମ୍ବିଧାନ, ଯାହାର ପୂଜ୍ୟ ଜନକ ଥିଲେ ଡ.ଭୀମ ରାଓ ଆମ୍ବେଦକର । 26 ଜାନୁଆରୀ 1950 । ଭାରତ ସରକାରଙ୍କ ଦ୍ବାରା 1935 ଅଧିନିୟମ ରଦ୍ଦ ହୋଇ ଲାଗୁହେଲା ସମ୍ବିଧାନ । ଆଉ ଏହିଦିନ ଆମେ ଚାଖିଥିଲେ ପୂର୍ଣ୍ଣ ସ୍ବାଧୀନତାର ସ୍ବାଦ । ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦେଶକୁ ପୂର୍ଣ୍ଣ ସ୍ଵାଧୀନତା ମାନ୍ୟତା ଦେବାର ଅଭିଯାନ । 26 ଜାନୁଆରୀ 1929, ଲାହୋର କଂଗ୍ରେସ ଅଧିବେଶନରେ ଭାରତକୁ ପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବାର ପ୍ରସ୍ତାବ ଆଗତ ହେଲା ।

ହେଲେ କଂଗ୍ରେସର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଲେ ଗୋରା ସରକାର । ହେଲେ ନିଷ୍ପତ୍ତି ଥିଲା ଅଟଳ, ଲକ୍ଷ୍ୟ ଥିଲା ଗୋଟିଏ ସମ୍ପୂର୍ଣ୍ଣ ସ୍ବରାଜ । 26 ଜାନୁଆରୀ 1930, ଭାରତକୁ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଘୋଷଣା କରିଦିଆଗଲା । ଏହାର 16 ବର୍ଷ ପରେ ଅର୍ଥାତ 9 ଡିସେମ୍ବର 1946ରେ ଆରମ୍ଭ ହେଲା ଭାରତୀୟ ସମ୍ବିଧାନର ଲିଖନ । ଏଥିପାଇଁ ଗଠନ ହେଲା କମିଟି । ଯାହାର ଅଧ୍ୟକ୍ଷ ଥିଲେ ନିଜେ ବାବା ସାହେବ । ସମ୍ବିଧାନ ନିର୍ମାଣକୁ ଲାଗିଗଲା 2 ବର୍ଷ 11 ମାସ 18 ଦିନ । ଏହା ପରେ 26 ନଭେମ୍ବର 1949ରେ ସଭାପତିଙ୍କୁ ହସ୍ତାନ୍ତର କରାଗଲା ସମ୍ବିଧାନ । ପରବର୍ତ୍ତୀ ସମୟରେ 1950 ଜାନୁଆରୀ 26ରେ ଏହାକୁ ବିଧିବଦ୍ଧ ଭାବରେ ଲାଗୁ କରାଗଲା । ସେବେଠାରୁ ପ୍ରତି ବର୍ଷ ଏହି ଦିନକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଇ ଆସୁଛି । ଆଜି ବି ସାରା ବିଶ୍ବରେ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମହିମାମଣ୍ଡନ କରୁଛି ଭାରତୀୟ ସମ୍ବିଧାନ ।

ଏଥର କିନ୍ତୁ କୋରୋନା କଟକଣା ମଧ୍ୟରେ ଦେଶ ପାଳିଛି ଗଣତନ୍ତ୍ର ଦିବସ । କୋଭିଡ ଗାଇଡଲାଇନ ମଧ୍ୟରେ ଏବର୍ଷ ପରେଡ ହୋଇଛି ସମ୍ପୂର୍ଣ୍ଣ ଭିନ୍ନ । ପରେଡରେ 50 ପ୍ରତିଶତ ପ୍ରତିଯୋଗୀ ହୋଇନାହାନ୍ତି ସାମିଲ । ମାସ୍କ ପିନ୍ଧି ପରେଡ କରିଛନ୍ତି ଦେଶର ସେନା । ସେହିପରି ଚଳିତ ବର୍ଷ ରଫେଲ ଗର୍ଜନରେ କମ୍ଫିଛି ରାଜପଥ ପରେଡ ସ୍ଥଳ । ପ୍ରଥମ ଥର ରାଜପଥ ପରେଡରେ ପ୍ରଦର୍ଶନ ପାଇଁ ସାମିଲ ହୋଇଛି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ । କେବଳ ସେତିକି ନୁହେଁ ଅଯୋଧ୍ୟା ରାମ ମନ୍ଦିର ଓ କୋଭିଡ ମୁକାବିଲାକୁ ନେଇ ପ୍ରଦର୍ଶିତ ହୋଇଛି ପ୍ରଜ୍ଞାପନ ମେଢ । ପ୍ରଥମ ଥର ବିନା କୌଣସି ମୁଖ୍ୟ ଅତିଥିରେ ଆୟୋଜିତ ହୋଇଛି ସାଧାରଣତନ୍ତ୍ର ଦିବସ ପରେଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.