ETV Bharat / city

Ind vs SA T20: ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର, ଖାଇବାରେ ରହିଛି କାକେରା ଓ ଛେନାପୋଡ - ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ

ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା । ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ । ଏ ନେଇ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିବେ ଉଭୟ କ୍ରିକେଟ ଟିମ । ଅଧିକ ପଢନ୍ତୁ

ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର
ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର
author img

By

Published : Jun 9, 2022, 2:20 PM IST

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା । ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ । ଏ ନେଇ ଆସନ୍ତାକାଲି (ଶୁକ୍ରବାର) ଭୁବନେଶ୍ବରରେ ପହଞ୍ଚିବେ ଉଭୟ କ୍ରିକେଟ ଟିମ । ହୋଟେଲ ମେ ଫେୟାରରେ ଦୁଇ ଦଳଙ୍କ ରହିବାର ବ୍ୟାବକ ବ୍ୟବସ୍ଥା କରାଯାଇଛି । ଏୟାରପୋର୍ଟଠୁ ଆରମ୍ଭ କରି ହୋଟେଲରେ ରହଣିସ୍ଥଳ ଓ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବାକୁ ବ୍ୟାପକ ଆୟୋଜନ ହୋଇଛି । ସମସ୍ତ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି DCP ପ୍ରତୀକ ସିଂ । କ୍ରିକେଟରଙ୍କ ଖାଇବା ନେଇ ଚାଇନିଜ, ଇଟାଲିୟନ, କଣ୍ଟିନେଣ୍ଟାଲ ସହ ଓଡିଆ ଡିସରେ କାକେରା‌ପିଠା, ରସଗୋଲା, ଛେନାପୋଡ କାନିକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ମେ ଫେୟାର‌ ହୋଟେଲ କର୍ତ୍ତୃପକ୍ଷ ।

Ind vs SA T-20: କାଲି ଆସିବେ ଉଭୟ କ୍ରିକେଟ ଟିମ୍, ଖାଇବେ କାକେରା ସହ ଛେନାପୋଡ

ଖେଳାଳିଙ୍କ ପାଇଁ ଭୁବନେଶ୍ବର ଡିସିପିଙ୍କ ସହ ବିମାନବନ୍ଦର ଅଧିକାରୀ, CISF ଅଧିକାରୀ ସହ ଆର ଆଣ୍ଡ ବି ସହ ମେଫେୟାର ହୋଟେଲ ଭଳି ୧୨ଟିମ ସହ ବୈଠକ ହୋଇଛି । ଏନେଇ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ହୋଟେଲରେ ରହିବା ସ୍ଥାନରେ ଜୋରସୋର ପ୍ରସ୍ତୁତି‌ ହୋଇଛି । ହୋଟେଲର ସୁରସ୍ଥା ବ୍ୟବସ୍ଥା ଯାଞ୍ଚ କରିଛନ୍ତି DCP । ଖେଳାଳିଙ୍କ ସୁରକ୍ଷା ଦିଗରେ କଣ ସବୁ ପଦକ୍ଷେପ ନିଆଯାଇଛି ତାହା ବୁଲି ଦେଖିଛନ୍ତି । ଏପରିକି ହୋଟେଲ ବାହାରେ ଫ୍ୟାନ୍ସ ଗହଳି ଦୃଷ୍ଟିରୁ କିପରି ବାରିକେଡ କରାଯିବ ସେ ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ମେ ଫେୟାର ହୋଟେଲରେ ୧୦୦ଟି ରୁମ ବୁକ କରାଯାଇଛି । ହୋଟେଲର ସମସ୍ତ ଷ୍ଟାଫଙ୍କର କୋଭିଡ ଟେଷ୍ଟ ସହ କୋଭିଡ ନିୟମରେ କାମ କରିବେ । ଖେଳାଳିଙ୍କ ସ୍ବାଗତ ପାଇଁ ଶଙ୍ଖ ଧ୍ବନି ସହ ଘୋଡା ନାଚର ବ୍ୟବସ୍ଥା କରାଯାଇଛି । ପରେ ପରେ ଫୁଲ ଛିଞ୍ଚନ ସହ ଉତରିୟ ଦେଇ ସ୍ବାଗତ କରାଯିବ । ତେବେ ସବୁଠୁ ବଡ କଥା ଖାଇବାରେ ପ୍ରସ୍ତୁତ ହେବ ଚାଇନିଜ, ଇଟାଲିୟନ, କଣ୍ଟିନେଣ୍ଟାଲ ସହ ଓଡିଆ ଡିସରେ କାକେରା‌ ପିଠା, ରସଗୋଲା, ଛେନାପୋଡ ଓ କାନିକାର ବ୍ୟବସ୍ଥା କରିଛନ୍ତି ମେ ଫେୟାର‌ ହୋଟେଲ କର୍ତ୍ତୃପକ୍ଷ ।

ଆସନ୍ତାକାଲି ପୂର୍ବାହ୍ନ ୧ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ଦୁଇ ଦଳ ପହଞ୍ଚିବା ପରେ ମେ ପେୟାର ହୋଟେଲକୁ ଆସିବେ । ଏଥିପାଇଁ BCCI ପକ୍ଷରୁ ୧୦୦ଟି ରୁମ ବୁକ କରାଯାଇଛି । ଉଭୟ ଟିମର ଖେଳାଳି ଓ ଅଫିସିଆଲଙ୍କ ପାଇଁ ରୁମ ବୁକ୍‌ ହୋଇଛି । ୧୦ ତାରିଖରୁ ୧୩ ତାରିଖ ଯାଏଁ ବୁକ୍‌ ହୋଇଛି ରୁମ । ୧୩ ତାରିଖରେ ହୋଟେଲ ଛାଡିବେ ଖେଳାଳି । ହୋଟେଲ ଚାରିପଟେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖେଳାଲିଙ୍କ ପାଇଁ ୩ଟି ରେଷ୍ଟୁରାଣ୍ଟ ରହିଛି। ଏହାଛଡ଼ା ଖେଳାଳିଙ୍କ ଅର୍ଡର ଅନୁସାରେ ଖାଇବା ଯୋଗାଇ ଦିଆଯିବ । ଖେଳାଳିଙ୍କ ସୁରକ୍ଷା ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.