ETV Bharat / city

ରାଜ୍ୟ ପାଇଁ କୋରୋନା ଚିନ୍ତାଜନକ, 118ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ହୁହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଚିନ୍ତା ବଢ଼ାଉଛି କରୋନା। ପୁଣିଥରେ ଆଉ 7 ଆକ୍ରାନ୍ତ ଚିହ୍ନଟ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 118 ରେ ପହଁଚିଲା।

increasing-corona-case-in-odisha
increasing-corona-case-in-odisha
author img

By

Published : Apr 28, 2020, 12:38 PM IST

ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ଭାବରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଅଧିକାଂଶ କଲିକତା ଫେରନ୍ତା। ତେବେ ରାଜ୍ୟରେ 118 ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି। ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 46 ଥିବା ବେଳେ 25 ଜଣ ସୁସ୍ଥ ହୋଇଥିବା ବେଳେ 20 ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ହେଉଛନ୍ତି। ଯାଜପୁରରେ ମୋଟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଥିଲେ ବି 18 ଜଣ ଚିକିତ୍ସିତ ହେଉଛନ୍ତି। ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ରହିଥିବା ବେଳେ ସେଥିରୁ ଦୁଇ ଜଣ ସୁସ୍ଥ ହୋଇଥିଲେ ବି ବର୍ତମାନ ସୁଦ୍ଧା 17 ଜଣ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱରରେ ମୋଟ 16 ଜଣ ଆକ୍ରାନ୍ତ ରହିଥିବା ବେଳେ ସମସ୍ତେ ଚିକିତ୍ସିତ ହେଉଛନ୍ତି।

increasing-corona-case-in-odisha
118ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡରେ ମୋଟ 10 ଜଣ ଆକ୍ରାନ୍ତ ହୋଇଥିବାବେଳେ 3 ଜଣ ସୁସ୍ଥ ଓ 7 ଜଣ ଵର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡାରେ ମୋଟ 2 ଜଣ ଆକ୍ରାନ୍ତ ରହିଥିବା ବେଳେ ଜଣେ ସୁସ୍ଥ ଚିକିତ୍ସିତ ହେଉଛନ୍ତି। କୋରାପୁଟରେ ଗତକାଲି ଜଣେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଢେଙ୍କାନାଳ, ପୁରୀ କଟକ, କଳାହାଣ୍ଡି ଜିଲ୍ଲାରେ ସମସ୍ତେ ସୁସ୍ଥ ହୋଇଥିବା ବେଳେ କଲିକତା ଫେରାନ୍ତଙ୍କ ଉପରେ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ବାଲେଶ୍ୱର ଭଦ୍ରକ ଓ ଯାଜପୁର ଜିଲ୍ଲାର ଅଧିକାଂଶ ଲୋକ କଲିକତା ଫେରନ୍ତା ଅଟନ୍ତି। ତେବେ ଏହି ତିନୋଟି ଜିଲ୍ଲାକୁ ଦେଖିଲେ ଆକ୍ରାନ୍ତଙ୍କ ସଂଖ୍ୟା 54 ରେ ପହଁଚିଛି।

increasing-corona-case-in-odisha
118ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନ୍ୟପଟେ ସରକାରୀ ତଥ୍ୟ ଅନୁଯାୟୀ ଏପ୍ରିଲ 2 ତାରିଖରୁ ରାଜ୍ୟର କୋରୋନା ସଂଖ୍ୟା ବଢିବାରେ ଲାଗିଛି। ଯାହା ରାଜ୍ୟରେ 5 ପଜିଟିଭ ରହିଥିବା ବେଳେ ଜଣେ ସୁସ୍ଥ ହୋଇଥିଲେ। ତେବେ 2 ଏପ୍ରିଲ ରୁ 28 ଏପ୍ରିଲ ପର୍ଯ୍ୟନ୍ତ ତାହା ବଢିଯାଇଛି 118 ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ରେଡ଼ ଜୋନ ରେ ଅଛି ଖୋର୍ଦ୍ଧା, ସୁନ୍ଦରଗଡ, ଯାଜପୁର ଭଦ୍ରକ ଓ ବାଲେଶ୍ୱର। ଅରେଞ୍ଜ ଜୋନ୍ ରେ ଆଛି ପୁରୀ, କଟକ, ଢେଙ୍କାନାଳ କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟ ରହିଥିବା ବେକେ ବାକି ଜିଲ୍ଲା ଗୁଡିକ ଗ୍ରୀନ ଜୋନରେ ରହିଛନ୍ତି।

increasing-corona-case-in-odisha
118ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବର୍ତମାନ ସୁଧା 26ହଜାର 687 ଟେଷ୍ଟ ହୋଇଥିବା ବେଳେ ପଜିଟିଭ ରେଜଲ୍ଟ 0.44 ଶତକଡା ରହିଛି ଓ ନେଗେଟିଭ ରେଜଲ୍ଟ 99.56 ଶତକଡା ରହିଛି। ତେବେ ବର୍ତମାନ ରାଜ୍ୟରେ 118ଟି ଆକ୍ରାନ୍ତ ଙ୍କ ମଧ୍ୟରୁ 37 ଜଣ ସୁସ୍ଥ ହୋଇଥିବା ବେଳେ 80 ଜଣ ଆକ୍ରାନ୍ତ ଙ୍କ ସଂଖ୍ୟାରେ ରହିଛି। ଅନ୍ୟପଟେ ରାଜ୍ୟ ସରକାରଙ୍କର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୁ ନେଇ ଚିନ୍ତାରେ ପକାଇଛି। ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା।

ଘରେ ସଂଗରୋଧ ଭାବରେ ରହିଥିଲେ ବି ସେମାନଙ୍କର ବିନା ଲକ୍ଷଣରେ ମଧ୍ୟ ପଜିଟିଭ ଆସୁଛି। ଏହାକୁ ନେଇ ଆକ୍ରାନ୍ତଙ୍କ ସମସ୍ତ ତଥ୍ୟ ଆଧାରରେ ପ୍ରଶାସନ କାର୍ଯ୍ୟ କରୁଛି। ସେହିପରି ଭାବରେ କୋରାପୁଟରେ ପ୍ରଥମ କରୋନା ଆକ୍ରାନ୍ତ ବାହାରିଥିବା ଜଣେ ସ୍ୱାସ୍ଥ୍ୟ କର୍ମଚାରୀ ଯିଏ କି 14 ଏପ୍ରିଲରେ କଲିକତାରୁ କୋରାପୁଟକୁ ଆସିଥିଲେ । ତାଙ୍କର ମଧ୍ୟ ପଜିଟିଭ ରହିଛି। ସିଏ କାହା କାହା ସହ ମିସିଥିଲେ। କେଉଁ ଆଡେ ଯାଇଥିଲେ ସମସ୍ତ ତଥ୍ୟ କୁ ନେଇ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.