ETV Bharat / city

World Environment Day: ନିଆରା ବାର୍ତ୍ତା ଜଗା ପାଇଁ ଗଛଟିଏ ଲଗା

author img

By

Published : Jun 5, 2022, 8:16 PM IST

ପ୍ରେରଣା ଓ ସ୍ମାଇଲ ପ୍ଲିଜ ପକ୍ଷରୁ ଜୟଦେବ ଭବନ ଠାରେ ‘ଜଗା ପାଇଁ ଗଛଟିଏ ଲଗା’ ବାର୍ତ୍ତା ନେଇ ଉଦଘାଟିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ । ଅଧିକ ପଢନ୍ତୁ

World Environment Dayରେ ଜଗା ପାଇଁ ଗଛଟିଏ ଲଗା ବାର୍ତ୍ତା

ଭୁବନେଶ୍ବର: ‘ଜଗା ପାଇଁ ଗଛଟିଏ ଲଗା’ ବାର୍ତ୍ତା ନେଇ ଉଦଘାଟିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ । ପ୍ରେରଣା ଓ ସ୍ମାଇଲ ପ୍ଲିଜ ପକ୍ଷରୁ ଜୟଦେବ ଭବନ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହାସହ ବିଧାୟକ ସୁର ରାଉତରାୟଙ୍କ ସମେତ ଅନେକ ବିଶିଷ୍ଟ ଵ୍ୟକ୍ତି ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରୀୟ ବୃକ୍ଷପ୍ରେମୀ ଓ ସ୍ତମ୍ଭକାର ଭଗବାନ ପ୍ରକାଶଙ୍କ ଗ୍ରୀନ ମ୍ୟାନ ସମ୍ମାନ ସହ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ତେବେ ଜଗା ପାଇଁ ଗଛଟିଏ ଲଗା ଅଭିଯାନ ମାଧ୍ୟମରେ ଏଥିରେ ଲିମ୍ବ ଗଛ ସହ ଦାରୁ ପାଇଁ ଆବଶ୍ୟକ ଗଛ ଗୁଡ଼ିକ ଲଗାଇବା ପାଇଁ ଆହ୍ଵାନ ଦିଆଯାଇଥିଲା । କାରଣ ରାଜ୍ୟରେ ଥିବା ୨୬୫ଟି ଶ୍ରୀ ଜଗନ୍ନାଥ ବନ ନଷ୍ଟ ହୋଇଯାଇଛି । ତେଣୁ ଏହି ଅଭିଯାନ ମାଧ୍ୟମରେ ଜଗା ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ଵାନ ଦେଇଥିଲେ ପରିବେଶବିତ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.