ETV Bharat / city

କୋରୋନାକୁ ନେଇ ସାଙ୍ଘାତିକ ତଥ୍ୟ, ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ - କୋରୋନା ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଆକ୍ରାନ୍ତ

କୋରୋନା ସଂକ୍ରମଣକୁ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ଚାଞ୍ଚଲ୍ୟକର ବୟାନ । ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ହେଉଛନ୍ତି ଆକ୍ରାନ୍ତ । ଅଧିକ ପଢନ୍ତୁ....

କରୋନାକୁ ନେଇ ସାଙ୍ଘାତିକ ତଥ୍ୟ, 2ୟ ଲହରରେ ଯୁବଗୋଷ୍ଠୀ ହେଉଛନ୍ତି ଅଧିକ ଆକ୍ରାନ୍ତ

author img

By

Published : Apr 16, 2021, 8:05 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ନେଇ ସାଂଘାତିକ ତଥ୍ୟ । 2ୟ ଲହରରେ ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେଣୁ ନିୟମ ଉଲଙ୍ଘନ ନ କରି ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି ସେ ।

କରୋନାକୁ ନେଇ ସାଙ୍ଘାତିକ ତଥ୍ୟ, 2ୟ ଲହରରେ ଯୁବଗୋଷ୍ଠୀ ହେଉଛନ୍ତି ଅଧିକ ଆକ୍ରାନ୍ତ
ରାଜ୍ୟରେ ବଢୁଛି ସଂକ୍ରମଣ । ଦ୍ୱିତୀୟ ସଂକ୍ରମଣରେ 18 ବର୍ଷରୁ କମ ବୟସର ପିଲା ମାନେବି କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ମହାରାଷ୍ଟ୍ରରେ 8 ପ୍ରତିଶତ ଯୁବଗୋଷ୍ଠୀ କୋରୋନାରେ ସଂକ୍ରମଣ ହେଉଛନ୍ତି । ନୂଆ ତଥ୍ୟ ଅନୁସାରେ 18 ବର୍ଷରୁ କମ ଯୁବଗୋଷ୍ଠୀ ଓ ଶିଶୁ କୋରୋନା ସଂକ୍ରମଣର ଶିକାର ହେଉଛନ୍ତି । ତେବେ ପ୍ରଥମ ଲହର ଧିରେ ଧିରେ ସଂକ୍ରମିତ ହେଉ ଥିବାବେଳେ ଦ୍ୱିତୀୟ ଲହରରେ ଖୁବଶୀଘ୍ର ବ୍ୟାପୁଥିବା ଜଣାପଡିଛି । ତେଣୁ ସମସ୍ତେ କୋରୋନା ପ୍ରୋଟକଲ ମାନନ୍ତୁ । ଲୋକ ସଚେତନ ନହେଲେ ଆଗକୁ ସଂକ୍ରମଣ ବଢିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.