ETV Bharat / city

ଚଳିତ ଆର୍ଥିକ ବର୍ଷରେ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨ କୋଟି - ଜଳ ଜୀବନ ମିଶନ

୨୦୨୦-୨୧ ଆର୍ଥିକ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଅନୁଦାନ ମିଳିଥିଲା । ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଚଳିତ ଆର୍ଥିକ ବର୍ଷରେ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଛି ୮୧୨ କୋଟି

author img

By

Published : Aug 19, 2020, 5:57 PM IST

ଭୁବନେଶ୍ବର: ପୂର୍ବ ଭାରତର ବିକାଶ କଥା ନିଜର ପ୍ରତ୍ୟେକ ଭାଷଣରେ କହି ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏଥିରେ ଓଡିଶାକୁ ପ୍ରାଧାନ୍ୟ ଦେଇ ରାଜ୍ୟରେ ଜଳ ସୁରକ୍ଷା ସୁଦୃଢ କରିବା ଦିଗରେ କେନ୍ଦ୍ର ସରକାର ପ୍ରୋତ୍ସାହନ ମଧ୍ୟ ଯୋଗାଉଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଅନୁଦାନ ମିଳିଥିଲା । ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି ଇଣ୍ଟିଗ୍ରେଟେଡ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ(ଆଇଏମଆଇଏସ) ଅନୁସାରେ ପାନୀୟ ଜଳ ଓ ପରିମଳ ବିଭାଗର ତଥ୍ୟନୁଯାୟୀ ୨୦୧୯ ଡିସେମ୍ବର ୩୦ ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ ପରିବାର ପାଇପ ଯୋଗେ ଜଳର ସୁବିଧା ପାଉଛନ୍ତି। ଆମେ ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପରେ ପାଣି ପହଞ୍ଚାଇବା ପାଇଁ କାମ କରୁଛୁ ବୋଲି ସେ ଲେଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତ ସରକାର ନୂଆ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଆଗ୍ରହ ସହକାରେ କାର୍ଯ୍ୟ କରୁଛନ୍ତି । ସ୍ବଚ୍ଛତା ପରେ ଜଳ ସୁରକ୍ଷା ଆକାଂକ୍ଷୀ ଭାରତର ନୂଆ ସଂକଳ୍ପ ହୋଇଛି । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ନେଇ ମୋଦି ସରକାର କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.