ETV Bharat / city

Panchayat Election: ଏଥର BJD ପ୍ରଥମ, କଂଗ୍ରେସ ଦ୍ବିତୀୟ କହିଲେ ସୁର - ସୁରଙ୍କ ନିର୍ବାଚନୀ ଫଳାଫଳ ମତାମତ

ଆସନ୍ତା ୬ କିମ୍ବା ୭ ତାରିଖରୁ ଡିଜିଟାଲ ପ୍ରଚାର ଆରମ୍ଭ କରିବ ବିଜେପି । କଟାକ୍ଷ କଲେ କଂଗ୍ରେସ ଓ ବିଜେଡି । ଅଧିକ ପଢନ୍ତୁ

Election Polls: ଏଥର BJD 1 ନଂ, କଂଗ୍ରେସ 2 ନଂ କହିଲେ ସୁର

author img

By

Published : Feb 2, 2022, 7:21 PM IST

ଭୁବନେଶ୍ବର: କମ୍ପିବ ନିର୍ବାଚନ ମୈଦାନ, ମଙ୍ଗ ଧରିବେ ହେଭି ୱେଟ । ମଇଦାନକୁ ଓଲ୍ହାଇବେ ପ୍ରମୁଖ ଦଳର ହେଭିୱେଟ । କୋଭିଡ ସଂକ୍ରମଣ ସମୟରେ କଟକଣା ଥିବାରୁ ଡିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । ଡିଜିଟାଲ ପ୍ରଚାର ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ହେଭି ୱେଟ ନେତା । ଆସନ୍ତା ୬ କିମ୍ବା ୭ ତାରିଖରୁ ବିଜେପିର ଆରମ୍ଭ ହେବ ଡିଜିଟାଲ ପ୍ରଚାର ।

Election Polls: ଏଥର BJD 1 ନଂ, କଂଗ୍ରେସ 2 ନଂ କହିଲେ ସୁର

ବିଜେପିର ହେଭି ୱେଟ ତାଲିକା ପ୍ରସ୍ତୁତ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଜିଟାଲ ପ୍ରଚାରରେ ସାମିଲ ହେବେ । ସେହିପରି ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଗିରିରାଜ ସିଂହ, ସ୍ମୃତି ଇରାନି ମଧ୍ୟ ସାମିଲ ହୋଇପାରନ୍ତି ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।

ସେପଟେ ବିଜେଡି ଗ୍ରାଉଣ୍ଡ ଜିରୋରୁ ପ୍ରଚାର ଆରମ୍ଭ କରିଛି । ଡିଜିଟାଲ ପ୍ରଚାର ଆରମ୍ଭ କରି ଥିବାବେଳେ କଟକଣା ଭିତରେ ଗ୍ରାଉଣ୍ଡରେ ପ୍ରଚାର ଜାରି ରଖିଛି ଦଳ । ପ୍ରଚାରକୁ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କୋଭିଡ କଟକଣା ମଧ୍ଯରେ ପ୍ରଚାର ଚାଲିଛି । ଲୋକେ ସ୍ଥିର କରିଛନ୍ତି ବିଜେଡିକୁ ଭୋଟ ଦେବାକୁ । ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି । ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି, ତୃଣମୂଳ ସ୍ତରରେ କର୍ମୀ ଜନସାଧାରଣଙ୍କ ସହ ରହିଛନ୍ତି ।

କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ କହିଛନ୍ତି ଯେ, ବିଜେପି ଖାଲି ବହାସ୍ପୋର୍ଟ ମାରୁଛି, ଲୋକଙ୍କ ପାଖରେ ନଥିବାରୁ ସେମାନେ କେବଳ ପ୍ରଚାରରେ ସୀମିତ ରହିଛନ୍ତି । ଲୋକଙ୍କ ସାଙ୍ଗରେ ନାହାନ୍ତି କର୍ମୀଙ୍କ ମଧ୍ୟରେ ଉତ୍ସାହ ପାଇଁ ବିଜେପି ଏଭଳି ଉଦ୍ୟମ କରୁଛି । କଂଗ୍ରେସ ପ୍ରଚାର ଜାରି ରଖିଛି । ଲୋକଙ୍କ ସମସ୍ୟା ସହ ଅଛୁ ସେହି କଥା ପହଞ୍ଚେଇବାକୁ ପ୍ରୟାସ ଜାରି ରଖିଛୁ । ତେବେ ବିଜେପି ପ୍ରଚାର କେନ୍ଦ୍ର ମନ୍ତ୍ରୀମାନେ ଆସିଲେ ମଧ୍ୟ ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପଡିବ ନାହିଁ । ଏଥର ବିଜେଡି ଏକ ନଂ ଏବଂ କଂଗ୍ରେସ ୨ ନଂ ରେ ରହିବ ବୋଲି ସୁର ରାଉତରାୟ ଦୃଢୋକ୍ତି ବାଢିଛନ୍ତି ।

ଗୋଟେ ପଟେ ପ୍ରଚାର ଜାରି ରହିଥିବା ବେଳେ କଟକଣା କୋହଳ ଆଶାରେ ସମସ୍ତେ ରହିଛନ୍ତି । ୫ ରାଜ୍ୟରେ କଟକଣା କୋହଳ ହେବା ପରେ ରାଜ୍ୟରେ ବି କୋହଳ ସପକ୍ଷରେ ମତ ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ କହିଛନ୍ତି ଯେ, ସ୍ଥିତି ଉପରେ ନଜର ରଖିଛୁ ଆବଶ୍ୟକ ହେଲେ ବ୍ୟବସ୍ଥା କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.