ଭୁବନେଶ୍ବର : ରାଜ୍ୟରେ କୋରେନା ସୁସ୍ଥ ସଂଖ୍ୟା 3 ଲକ୍ଷ ଛୁଇଁଛି । ରାଜ୍ୟରେ ଆଜି(ରବିବାର) 319 ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 24 ହଜାର 068। ଆଜି(ରବିବାର) 30ଟି ଜିଲ୍ଲାରେ 319 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।
ଖୋର୍ଦ୍ଧାରେ 44, ବାଲେଶ୍ୱର ଓ ସୁନ୍ଦରଗଡରେ 35, ଅନୁଗୋଳରେ 34, କଟକରେ 29, ସମ୍ବଲପୁରରେ 21, ମୟୁରଭଞ୍ଜରେ 17, କେନ୍ଦୁଝରରେ 12, ଝାରସୁଗୁଡ଼ା ଓ କେନ୍ଦ୍ରାପଡାରେ 11, ବଲାଂଗିରରେ 10, ଯାଜପୁରରେ 9, ବରଗଡରେ 8, ନୂଆପଡାରେ 6, ଜଗତସିଂହପୁରରେ 5 କଳାହାଣ୍ଡି ଓ କୋରାପୁଟରେ 4, ବୌଦ୍ଧ, ନବରଙ୍ଗପୁର ଓ ନୟାଗଡରେ 3, ଗଜପତିରେ 2, ଭଦ୍ରକ, ଦେବଗଡ, ପୁରୀ ଓ ସୋନପୁରରେ 1, ଷ୍ଟେଟ ପୋଲରେ 9 ଜଣ ଆରୋଗ୍ୟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ