ETV Bharat / city

୩ ଦିନରେ ୩୩୮ ଶିଶୁ ଆକ୍ରାନ୍ତ, ସପ୍ତାହେ ରଖାଯିବ ନଜର: DMET

author img

By

Published : Aug 17, 2021, 1:11 PM IST

ରାଜ୍ୟରେ ତିନି ଦିନ ମଧ୍ୟରେ ୩୩୮ ଶିଶୁ କୋରୋନା ଆକ୍ରାନ୍ତ ହେଲେଣି । ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି DMET । ଅଧିକ ପଢନ୍ତୁ...

୩ଦିନରେ ୩୩୮ ଶିଶୁ କୋରୋନା ସଂକ୍ରମିତ
୩ଦିନରେ ୩୩୮ ଶିଶୁ କୋରୋନା ସଂକ୍ରମିତ

ଭୁବନେଶ୍ବର: କୋରୋନା କବଳରେ ଶିଶୁ । ରାଜ୍ୟରେ ବଢୁଛି ଶିଶୁଙ୍କୁ କୋରୋନା ସଂକ୍ରମଣ । ୩ ଦିନରେ ୩୩୮ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହେଲେଣି । ତେବେ ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ କିଛି ପଦକ୍ଷେପ ନେଇ ହେବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

୩ଦିନରେ ୩୩୮ ଶିଶୁ କୋରୋନା ସଂକ୍ରମିତ

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଛି, ଆମେ ଭାବୁଛୁ ଦ୍ଵିତୀୟ ଲହର ସରିଆସୁଛି, କିନ୍ତୁ ସମ୍ପୂର୍ଣ୍ଣ ସରିନାହିଁ । ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ପିଆଇବି ରିପୋର୍ଟ ଅନୁସାରେ ଦୈନିକ ୧୨ ପ୍ରତିଶତ ପାଖାପାଖି ରହୁଛି । ଯେହେତୁ ଯୁବଗୋଷ୍ଠୀ ଓ ବୟସ୍କ ବର୍ଗର ଲୋକମାନେ ପୂର୍ବରୁ କୋଭିଡ ସଂକ୍ରମିତ ହୋଇସାରି ଟିକା ନେଇସାରିଥିବା ବେଳେ ଏବେ ଶିଶୁଙ୍କୁ ଅଧିକ ସଂକ୍ରମଣର ଆଶଙ୍କା ରହୁଛି ।

ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ଶିଶୁଙ୍କ ସ୍ଥିତି କେମିତି ଅଛି ଜଣାପଡ଼ିବ । ତେବେ ଶିଶୁ ଗୁରୁତର ହେବା ବହୁତ କମ ରହିଛି । ପ୍ରଥମ ଲହରରେ ଯେଉଁ ପଦକ୍ଷେପ ନିଆଯାଇଥିଲା, ଦ୍ଵିତୀୟ ଲହରରେ ବି ତାହା ଓ ତୃତୀୟ ଲହରରେ ବି ସମାନ ପଦକ୍ଷେପ ନିଆଯିବ । କେବଳ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଡିଏମଇଟି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.