ଭୁବନେଶ୍ବର: ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ବୈଠକ ପରେ ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ମହେଶ୍ବର ସାହୁ କହିଛନ୍ତି, ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକଙ୍କ ହାତରେ ଟେକି ଦେଇଛନ୍ତି । ଯାହା ଦ୍ବାରା ରାଜ୍ୟର ପ୍ରମୁଖ ନଦୀ ଗୁଡିକ ଶୁଖି ଗଲାଣି ।
ଜୀବଜନ୍ତୁ ଓ ଲୋକମାନେ ହଇରାଣ ହେଉଛନ୍ତି । ନଦୀ ଗୁଡିକର ବାଲିକୁ ବାଲି ମାଫିଆମାନଙ୍କ ଦ୍ବାରା ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ନେତା ମାନେ ଖୁଲମଖୁଲା ଭାବରେ ଲୁଟ୍ କରୁଛନ୍ତି ।
ସରକାରୀ ଅଫିସର ମାନେ କାର୍ଯ୍ୟାନୁଷ୍ଠାନ ନେଲେ ସେମାନଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ତେଣୁ ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ନଦୀ ଗୁଡିକର ସୁରକ୍ଷା ପାଇଁ ବିଜେପି ନଦୀ ସୁରକ୍ଷା ସମିତି ବ୍ୟାପକ ଆନ୍ଦୋଳନ କରିବ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ବାରସ୍ଥ ହେବ ବୋଲି ଦଳ କହିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ