ETV Bharat / city

ଗ୍ୟାଙ୍ଗଷ୍ଟାର ହାଇଦର ଫେରାରକୁ ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଗ୍ୟାଙ୍ଗଷ୍ଟାର ହାଇଦର ଫେରାରକୁ ନେଇ ବସିଲା ଗୁରୁତ୍ବପୁର୍ଣ୍ଣ ବୈଠକ

author img

By

Published : Apr 11, 2021, 11:10 AM IST

Updated : Apr 11, 2021, 11:49 AM IST

11:04 April 11

ଗ୍ୟାଙ୍ଗଷ୍ଟାର ହାଇଦର ଫେରାରକୁ ନେଇ ଡିଜିଙ୍କ କ୍ଯାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ପୋଲିସ ଏସକର୍ଟରୁ ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ଡିଜିଙ୍କ କ୍ଯାମ୍ପ ଅଫିସରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ପୋଲିସ କମିଶନରଙ୍କ ସହ ଏଡିଜିଲ ଆଣ୍ଡ ଅର୍ଡର ଓ ଡିଆଇଜି ସେଣ୍ଟ୍ରାଲ ଉପସ୍ଥିତ ରହିଛିନ୍ତି । ବୈଠକରେ ହାଇଦର ଫେରାର ନେଇ ଆଲୋଚନା ଜାରି ରହିଛି ।

ଏସସିବି ସର୍ଜରୀ ୱାର୍ଡ ୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଥିବା ସମୟରେ ହାଇଦର ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଥିବା ସୂଚନା ମିଳିଛି । କମିଶନରେଟ ପୋଲିସର ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ କଟକ ବଡ ମେଡିକାଲରୁ ଜଣେ ଗାର୍ଡଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ।

ତେବେ ସୂଚନା ଥାଉ କି ଗତ ୨୦୦୯ ମସିହା ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟାର ସୁଲେମାନ ହତ୍ୟାର ମୁଖ୍ୟ କାର୍ପଟଦାର ଭାବେ ସମ୍ବଲପୁର ଉପକାରାଗାରରେ ଆଜୀବନ ସଜ୍ଜା କାଟୁଥିବା ହାଇଦର ଗତ କିଛିଦିନ ତଳେ ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ଶନିବାର ସଂନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

Last Updated : Apr 11, 2021, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.