ETV Bharat / city

କଣ୍ଟାକ୍ଟ ଟ୍ରେସିଂକୁ ପୁଣି ଗୁରୁତ୍ବ, ଯୋଗ ଦେଲେ 16 ଡାକ୍ତର - ବିଏମସି କୋରୋନା ଖବର

ରାଜଧାନୀରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ନେଇ ବିଏମସି ତତ୍ପରତା ଦେଖାଇଛି । ଏଣିକ ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯିବ। ଅଧିକ ପଢ଼ନ୍ତୁ...

କଣ୍ଟାକ୍ଟ ଟ୍ରେସିଂକୁ ପୁଣି ଗୁରୁତ୍ବ, ଯୋଗ ଦେଲେ 16 ଡାକ୍ତର

author img

By

Published : Apr 6, 2021, 8:43 PM IST

ଭୁବନେଶ୍ବର: ରାଜଧାନୀରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ନେଇ ବିଏମସି ତତ୍ପରତା ଦେଖାଇଛି । ଏଣିକି ପୂର୍ବଭଳି କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯିବ। ଏଥିପାଇଁ ସକ୍ରିୟ ହେବ 1929 କଲ ସେଣ୍ଟର। ଏହି ସବୁ କଲ ସେଣ୍ଟରରେ ମିଳିବ ୨୪ ଘଣ୍ଟିଆ ସେବା। ମଙ୍ଗଳବାର ବିଏମସିରେ ଯୋଗ ଦେଇଛନ୍ତି ଆୟୁଷ ଡାକ୍ତର।

କଣ୍ଟାକ୍ଟ ଟ୍ରେସିଂକୁ ପୁଣି ଗୁରୁତ୍ବ, ଯୋଗ ଦେଲେ 16 ଡାକ୍ତର

ଭୁବନେଶ୍ବର କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରୁ ସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ଆୟୁଷ ଡାକ୍ତରମାନେ ଯୋଗ ଦେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୁଷ ଡାକ୍ତରଙ୍କୁ କୋଭିଡ ମୁକାବିଲା ପାଇଁ ଟେଷ୍ଟିଂ ଓ ଟୀକାକରଣ କେନ୍ଦ୍ରରେ ନିୟୋଜିତ କରାଯିବ। ବିଶେଷକରି ରାଜଧାନୀରେ କଣ୍ଟାକ୍ଟ ଟ୍ରେସିଂ, ହୋମ ଆଇସୋଲେସନ ଉପରେ ଗୁରୁତ୍ବ ଦିଆଯିବ।

ଚଳିତ ବର୍ଷ ରାଜଧାନୀରେ କୋଭିଡର ଦ୍ବିତୀୟ ଲହର ବା ସେକେଣ୍ଡ ଷ୍ଟ୍ରେନ ମିଟର ଦିନକୁ ଦିନ ଉପର ମୁଁହା ରହିଛି। ସ୍ଥିତି ଧିରେଧିରେ ଅଣାୟତ୍ତ ହେବାକୁ ଯାଉଛି। ତାହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ବିଏମସିରେ ପ୍ରାୟ ୧୬ ଜଣ ଆୟୁଷ ଡାକ୍ତର ଯୋଗ ଦେଇଛନ୍ତି। ମୋଟ 25 ଡାକ୍ତର ବିଏମସିରେ ଯୋଗ ଦେବେ। ସମସ୍ତ ଡାକ୍ତରଙ୍କୁ ୩ଟି ଜୋନରେ ଆବଶ୍ୟକତା ଅନୁଯାୟୀ ଦାଇତ୍ବ ଦିଆଯିବ। ପ୍ରତି ଜୋନରେ 5ଟି ଟିମ ରହିବେ ଏହାକୁ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.