ETV Bharat / city

ମାଟ୍ରିକ ପରୀକ୍ଷାରେ କୋଭିଡ୍ ମାର୍ଗଦର୍ଶିକା କଡାକଡି ପାଳନ ନିର୍ଦ୍ଦେଶ - କୋଭିଡ୍ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ ରାଜ୍ୟ ସରକାରଙ୍କ କୋଭିତ ମାର୍ଗଦର୍ଶିକାର ଅନୁପାଳନ କଡ଼ାକଡ଼ି କରାଯିବା ଜରୁରୀ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ..

ମାଟ୍ରିକ ପରୀକ୍ଷାରେ  କୋଭିଡ୍ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ ନିର୍ଦ୍ଦେଶ

author img

By

Published : Mar 1, 2021, 9:41 PM IST

ଭୁବନେଶ୍ବର: ମେ 3 ରୁ 15 ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ପରୀକ୍ଷାର୍ଥଙ୍କ ସହ ସରକାର ଆରମ୍ଭ କରିଦେଲେଣି ସଜବାଜ । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାବେଳେ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୋମବାର ଭଦ୍ରକ ଜିଲ୍ଲା ପରିଦର୍ଶନ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ ରାଜ୍ୟ ସରକାରଙ୍କ କୋଭିତ ମାର୍ଗଦର୍ଶିକାର ଅନୁପାଳନ କଡ଼ାକଡ଼ି କରାଯିବା ଜରୁରୀ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ମାଟ୍ରିକ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତା ନେଇ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏଥି ସହ ମନ୍ତ୍ରୀ ଭଦ୍ରକର ଭଣ୍ଡାରୀ ପୋଖରିଠାରେ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.