ETV Bharat / city

‘ଫନି’ ପ୍ରକୋପରେ ଦୋହଲିଲା ସ୍ମାର୍ଟସିଟି - cyclone

ଧୀରେ ଧୀରେ ଥମିବାରେ ଲାଗିଛି ଫନିର ପ୍ରକୋପ । କିନ୍ତୁ ଯାଉ ଯାଉ ଛାଡି ଯାଇଛି ପଦାଙ୍କ । କ୍ଷୟକ୍ଷତିର ଛାପ । ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି  ସ୍ମାର୍ଟସିଟିର ରୂପ ରଙ୍ଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 3, 2019, 10:08 PM IST

Updated : May 3, 2019, 11:24 PM IST

ଭୁବନେଶ୍ବର: ଧୀରେ ଧୀରେ ଥମିବାରେ ଲାଗିଛି ଫନିର ପ୍ରକୋପ । କିନ୍ତୁ ଯାଉ ଯାଉ ଛାଡି ଯାଇଛି ପଦାଙ୍କ । କ୍ଷୟକ୍ଷତିର ଛାପ । ସମ୍ପୁର୍ଣ୍ଣ ଭାବରେ ବଦଳାଇ ଦେଇଛି ସ୍ମାର୍ଟସିଟିର ରୂପ ରଙ୍ଗ । ପବନର ବେଗରେ ଥରି ଉଠିଛି ରାଜଧାନୀ ।

ଭୁବନେଶ୍ବରର ଏକ କୋଠା ଉପରେ ମୋବାଇଲ ଟାଓ୍ଵାର ଖସି ଘରଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଛି । ସହରର ସୁନ୍ଦରପଦା ଅଞ୍ଚଳର ଏକ ପେଟ୍ରୋଲ ପମ୍ପର ବିସ୍ଫୋରଣର ଭୟଙ୍କର ଚିତ୍ର ସମସ୍ତଙ୍କ ହୃତୟକୁ ଦୋହଲାଇ ଦେଇଛି । ସେହିପରି ଏମସ୍ ହସ୍ପିଟାଲ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏହି ବାତ୍ୟାର ପ୍ରକୋପରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଳୟଙ୍କରୀ ପବନ ଆଗରେ ହାର ମାନି ଛାରଖାର ହୋଇଯାଇଛି ଭୁବନେଶ୍ବର ବିମାନବନ୍ଦର ଏବଂ ରେଳ ଷ୍ଟେସନ । ବିମାନ ବନ୍ଦର ଛକ ଠାରେ ଲାଗିଥିବା ସାଇନ ବୋର୍ଡ ରାସ୍ତା ଉପରେ ଟଳି ପଡିଛି । ସହରର ସବୁ ରାସ୍ତା ଉପରେ କେଉଁଠି ଗଛ ପଡଛି ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଯାହା ଫଳରେ ସମ୍ପୂର୍ଣ୍ଣ ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଜୁଳି ଠପ୍‌ ହୋଇଯାଇଛି ।

ତେବେ ଏକ ଘରୋଇ କଲେଜ୍‌ର ବସ ଫନି ମାଡରେ ଉଡିଯାଉଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ସହରର ଏକ ନମ୍ବର ମାର୍କେଟ, ସାଲିଆ ସାହି ବସ୍ତିର ହାଲ ସମ୍ପୂର୍ଣ୍ଣ ବେହାଲ ହୋଇଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:collector

Body:gave statement

Conclusion:please write the script for me as I am unable to write
Last Updated : May 3, 2019, 11:24 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.