ETV Bharat / city

କମିବ ୨ରୁ ୩ ଡିଗ୍ରୀ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ - କମିବ ରାଜ୍ୟରେ ତାପମାତ୍ରା

ରାଜ୍ୟରେ କମିବ ତାପମାତ୍ରା । ଆଜି(ରବିବାର) ଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ତାତିରୁ ତ୍ରାହି ମିଳିବା ସହ ଗ୍ରୀଷ୍ମ ପ୍ରବାହ କମିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

କମିବ ୨ରୁ ୩ ଡିଗ୍ରୀ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ

author img

By

Published : May 1, 2022, 9:44 PM IST

Updated : May 1, 2022, 9:59 PM IST

ଭୁବନେଶ୍ବର: କମିବ ରାଜ୍ୟରେ ତାପମାତ୍ରା । ଆଜି(ରବିବାର) ଠାରୁ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ତାତିରୁ ତ୍ରାହି ମିଳିବା ସହ ଗ୍ରୀଷ୍ମ ପ୍ରବାହ କମିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କମିବ ୨ରୁ ୩ ଡିଗ୍ରୀ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ

ସେହିପରି ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ହେବା ନେଇ ଆକାଳନ କରିଛି ପାଣିପାଗ ବିଭାଗ । ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ କାଳବୈଶାଖୀ ସମ୍ଭାବନା ରହିଛି । ଗୋଟିଏ ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ବହି ପାରେ ବୋଲି କହିଛି ପାଣିପାଗ ବିଭାଗ ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ମଇ ମାସରେ ବାତ୍ୟା ହେଉଥିବା ଦେଖାଯାଇଛି । ଏବେ ପୁଣି ମଇ ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେହିଭଳି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସ୍କାଏ ମେଟର ପୂର୍ବାନୁମାନ ଅନୁସାରେ, ମିଆଁମାର ଆଡକୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା ।

ଏଣୁ ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉରରେ ଏହି ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ । ଏହା ସହିତ ସ୍କାଏ ମେଟ ପକ୍ଷରୁ କୁହାଯାଇଛି, ବେଳେ ବେଳେ ବାତ୍ୟା ତାର ଦିଗ ମଧ୍ୟ ପରିବର୍ତ୍ତନ କରିଥାଏ । ଯଦି ଏପରି ହୁଏ ଓଡିଶା ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଏହାର ସମ୍ଭାବନା ଖୁବ୍‌ କମ ରହିବ ବୋଲି ସ୍କାଏମେଟ କହିଛି । ଲଘୁଚାପ ଓ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନେକ ସମୟରେ ଠିକ ହୋଇ ଆସିଛି । ହେଲେ ସୃଷ୍ଟି ହେଉଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 1, 2022, 9:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.