ETV Bharat / city

ମାଡି ଆସୁଛି ଆଉ ଏକ ଲଘୁଚାପ, 19ରୁ ପ୍ରବଳ ବର୍ଷା !

19ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । 20 ସୁଦ୍ଧା ଏହା ଘନୀଭୂତ ହୋଇ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଅଧିକ ପଢନ୍ତୁ..

author img

By

Published : Oct 17, 2020, 8:39 PM IST

ଘନଉଛି ଆଉ ଏକ ଲଘୁଚାପ, 19ରୁ ବର୍ଷା ସମ୍ଭାବନା
ଘନଉଛି ଆଉ ଏକ ଲଘୁଚାପ, 19ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଘନଉଛି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଯାଉଛି ଅନ୍ୟ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ ରବିବାର ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଘନଉଛି ଆଉ ଏକ ଲଘୁଚାପ, 19ରୁ ବର୍ଷା ସମ୍ଭାବନା

କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଜିଲ୍ଲାରେ ବର୍ଷା ହେବ । ତେବେ ୧୯ ତାରିଖ ଲଘୁଚାପ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓ ଉପକୂଳରେ ବର୍ଷା ପରିମାଣ ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ୨୬.୦ ମିମି,ମାଥିଲି ରେ ୨୦.୦ ମିମି,ପଡିଆରେ ୨୦.୦ ମିମି, ନବରଙ୍ଗପୁରରେ ୨୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବର ଓ କଟକ ଟ୍ବିନ ସିଟିରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଘଡଘଡି ସହ ବର୍ଷା ହୋଇପାରେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.