ETV Bharat / city

କଲ୍ୟାଣମଣ୍ଡପ ସିଲ୍‌, ପଡିଲା ତାଲା - କଲ୍ୟାଣମଣ୍ଡପରେ ପଡିଲା ତାଲା

ଡେଡ଼ଲାଇନ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ରାଜଧାନୀର ବେଆଇନ କଲ୍ୟାଣ ମଣ୍ଡପରେ ପଡିଲା ତାଲା । ବିଏମସି ପକ୍ଷରୁ ୩ଟି ଜୋନରେ ପ୍ରଥମ ଦିନରେ ୮ଟି ବେଆଇନ କଲ୍ୟାଣମଣ୍ଡପକୁ ସିଲ୍‌ କରାଯାଇଛି। ଅଧିକ ଖବର ପଢନ୍ତୁ...

ସିଲ ହେଲା କଲ୍ୟାଣମଣ୍ଡପ, ପଡିଲା ତାଲା
ସିଲ ହେଲା କଲ୍ୟାଣମଣ୍ଡପ, ପଡିଲା ତାଲା
author img

By

Published : Feb 4, 2020, 12:03 AM IST

ଭୁବନେଶ୍ବର: ଡେଡ଼ଲାଇନ ସରିବା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ରାଜଧାନୀର ବେଆଇନ କଲ୍ୟାଣମଣ୍ଡପରେ ପଡିଲା ତାଲା । ବିଏମସି ପକ୍ଷରୁ ୩ଟି ଜୋନରେ ପ୍ରଥମ ଦିନରେ ୮ଟି ବେଆଇନ କଲ୍ୟାଣମଣ୍ଡପକୁ ସିଲ୍‌ କରାଯାଇଛି। ନର୍ଥ ଜୋନରେ ପଟିଆ ସ୍ଥିତ ଋଷି ରିସର୍ଚ୍ଚ, ସାମନ୍ତପୁରରେ ପଣ୍ଡିତ ନୀଳକଣ୍ଠ ଲାଇବ୍ରେରୀ ଏବଂ ଇନଫରମେସନ ସାଇନ୍ସ କଲେଜ, ସାମନ୍ତପୁର ଗଜପତି ନଗରରେ ଆତ୍ମାରାମ ମଣ୍ଡପ, ସୈନିକ ସ୍କୁଲ ନିକଟସ୍ଥ ଜେବି ବିବାହ ମଣ୍ଡପକୁ ସିଲ୍‌ କରାଯାଇଛି ।

ପ୍ରେସଛକରେ ଥିବା ଆରସିଏମ ମାର୍କେଟ କମ୍ପ୍ଲେକ୍ସ, ବିଏମସି ସାଉଥ ଇଷ୍ଟ ଜୋନରେ ସହିଦ ନଗରରେ ଥିବା ପାଲାଡିୟମ କୋର୍ଟୟାର୍ଡ କଲ୍ୟାଣମଣ୍ଡପ, ସାଉଥୱେଷ୍ଟ ଜୋନ ଖଣ୍ଡଗିରି ଠାରେ ସାଇ ଗାର୍ଡେନ ଏବଂ ବରମୁଣ୍ଡାରେ ଚନ୍ଦନ ଲଜକୁ ସିଲ୍‌ କରିଛି ବିଏମସି । ଏଥିରେ ବିଏମସି , ବିଡିଏ ସ୍କ୍ବାଡ ଓ ପୋଲିସ ଉପସ୍ଥିତିରେ ମଣ୍ଡପକୁ ସିଲ୍‌ କରାଯାଇଛି।

ପୂର୍ବରୁ ୯୪ଟି ବେଆଇନ କଲ୍ୟାଣ ମଣ୍ଡପକୁ ହୋଇଥିଲା ନୋଟିସ। ଜାନୁଆରୀ ୩୧ ତାରିଖ ସୁଦ୍ଧା ସେମାନଙ୍କର ସମସ୍ତ ପ୍ରକାର ଆବଶ୍ୟକୀୟ ଅନୁମୋଦନ ନେବା ସହ ଏହାକୁ ବିଏମସିରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପାର୍କିଂ ସ୍ଥାନ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରେଡ଼ ଲାଇସେନ୍ସ ଆଦି ବ୍ୟବସ୍ଥା ତୁରନ୍ତ ନିୟମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହେଲେ ଏବେ ବିବାହ ସିଜିନ ଚାଲିଥିବାରୁ, ବିଭିନ୍ନ କଲ୍ୟାଣ ମଣ୍ଡପକୁ ବୁକିଂ କରିଥିବା ଜନସାଧାରଣ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସୋମବାର ୩ଟି ଜୋନର ଜୋନାଲ ଡେପୁଟି କମିଶନରଙ୍କ ଦ୍ବାରା ସିଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି।

ସିଲ ହେଲା କଲ୍ୟାଣମଣ୍ଡପ, ପଡିଲା ତାଲା

ବିଏମସି ସାଉଥ ଇଷ୍ଟ ଜୋନର ଡେପ୍ୟୁଟି କମିଶନର ରୂପକ ପଟ୍ଟନାୟକଙ୍କ ସୂଚନା ଅନୁସାରେ ସୋମବାର ପୋଲିସ ସହାୟତରେ ସହିଦ ନଗରରେ ଥିବା ବେଆଇନ ପାଲାଡିୟମ କୋର୍ଟୟାର୍ଡ ମଣ୍ଡପକୁ ସିଲ୍‌ କରାଯାଇଛି।

ପର୍ଯ୍ୟାୟକ୍ରମେ ଏହି ସିଲ୍‌ ପ୍ରକ୍ରିୟା ଜାରି ରହିବ। ଯେଉଁମାନେ ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ବିଭିନ୍ନ ପ୍ରକାରର ଏନଓସି, ଲାଇସେନ୍ସ କରିନାହାଁନ୍ତି ସେମାନଙ୍କ ମଣ୍ଡପ ସିଲ୍‌ କରାଯିବ।

ଭୁବନେଶ୍ବରରେ ବିଭିନ୍ନ କଲ୍ୟାଣମଣ୍ଡପରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ପାର୍କିଂ ଜନିତ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଛି । ଏ ସିଲ୍‌ ପ୍ରକ୍ରିୟା କେତେ ଜୋରଦାର ହେଉଛି ତାହା ସମୟ କହିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ସିଲ ହେଲା କଲ୍ୟାଣମଣ୍ଡପ,ପଡିଲା ତାଲା।

Body:ଡେଡ଼ଲାଇନ ପୁରିଲା ପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ।ଭୁବନେଶ୍ୱର ରେ ବେଆଇନ କଲ୍ୟାଣମଣ୍ଡପ ଗୁଡିକରେ ପଡିଲା ତାଲା । ବିଏମସି ପକ୍ଷରୁ ୩ଟି ଯୋନରେ ପ୍ରଥମ ଦିନରେ ୮ ଟି ବେଆଇନ କଲ୍ୟାଣମଣ୍ଡପ ସିଲ କରାଯାଇଛି।ନର୍ଥ ଯୋନରେ ପଟିଆ ସ୍ଥିତ ଋଷି ରିସର୍ଟ ,ସାମନ୍ତପୁର ରେ ପଣ୍ଡିତ ନୀଳକଣ୍ଠ ଲାଇବ୍ରେରୀ ଏବଂ ଇଂଫରମେସନ ସାଇନ୍ସ କଲେଜ,ସାମନ୍ତପୁର ଗଜପତି ନଗରରେ ଆତ୍ମାରାମ ମଣ୍ଡପ,ସୈନିକ ସ୍କୁଲ ନିକଟସ୍ଥ ଜେବି ବିବାହ ମଣ୍ଡପ।ପ୍ରେସ ଛକରେ ଆରସିଏମ ମାର୍କେଟ କମ୍ପ୍ଲେକ୍ସ ସେହିପରି ବିଏମସି ସାଉଥଇଷ୍ଟ ଯୋନରେ ସହୀଦ ନଗରରେ ଥିବା ପାଲାଡିୟମ କୋର୍ଟୟାର୍ଡ କଲ୍ୟାଣମଣ୍ଡପ,ସାଉଥୱେଷ୍ଟ ଯୋନ ଖଣ୍ଡଗିରି ଠାରେ ସାଇ ଗାର୍ଡେନ ଏବଂ ବରମୁଣ୍ଡାରେ ଚନ୍ଦନ ଲଜ କୁ ସିଲ କରିଛି ବିଏମସି।ଏଥିରେ ବିଏମସି ,ବିଡିଏ ସ୍କ୍ୱାର୍ଡ ପୋଲିସ ଉପସ୍ଥିତରେ ମଣ୍ଡପ ଗୁଡିକୁ ସିଲ କରିଛନ୍ତି।

ପୂର୍ବରୁ ୯୪ ଟି ବେଆଇନ କ୍ୟାନମଣ୍ଡପକୁ ହୋଇଥିଲା ନୋଟିସ।ଜାନୁଆରୀ ୩୧ ତାରିଖ ସୁଦ୍ଧା ସେମାନଙ୍କର ସମସ୍ତ ପ୍ରକାର ଆବଶ୍ୟକୀୟ ଅନୁମୋଦନ ନେବା ସହ ଏହାକୁ ବିଏମସି ରେ ଦାଖଲ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ପାର୍କିଂଗ ସ୍ଥାନ, ଅଗ୍ନିନିର୍ବାପକ ବ୍ୟବସ୍ଥା, ଟ୍ରେଡ଼ ଲାଇସେନ୍ସ ଆଦି ବ୍ୟବସ୍ଥା ତୁରନ୍ତ ନିୟମିତ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ହେଲେ ଏବେ ବିଭାଘର ସମୟ ଚାଲିଥିବାରୁ ,ବିଭିନ୍ନ କଲ୍ୟାଣମଣ୍ଡପ ଗୁଡିକୁ ବୁକିଙ୍ଗ କରିଥିବା ଜନସାଧାରଣ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି,ଆଜି ୩ ଟି ଯୋନର ଜୋନାଲ ଡେପୁଟି କମିଶନରମାନଙ୍କ ଦ୍ୱାରା ସିଲ ପ୍ରକ୍ରିୟା ଆରମ୍ଭ ହୋଇଛି।

ବିଏମସି ସାଉଥ ଇଷ୍ଟ ଯୋନର ଡେପୁଟି କମିଶନର ରୂପକ ପଟ୍ଟନାୟକ ଙ୍କ ସୂଚନା ଅନୁସାରେ ଆଜି ପୋଲିସ ସହାୟତରେ ଶହୀଦ ନଗରରେ ଥିବା ବେଆଇନ ପାଲାଡିୟମ କୋର୍ଟୟାର୍ଡ ମଣ୍ଡପକୁ ସିଲ କରାଯାଇଛି।ପର୍ଯ୍ୟାୟକ୍ରମେ ଏହି ସିଲ ପ୍ରକ୍ରିୟା ଜାରି ରହିବ।ଯେଉଁମାନେ ପାର୍କିଂଗ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ବିଭିନ୍ନ ପ୍ରକାରର ଏନଓସି ,ଲାଇସେନ୍ସ କରିନାହାନ୍ତି ସେମାନଙ୍କ ମଣ୍ଡପ ଗୁଡିକ ସିଲ କରାଯିବ।

ଭୁବନେଶ୍ୱର ରେ ବିଭିନ୍ନ କଲ୍ୟାଣମଣ୍ଡପ ଗୁଡିକରେ ଆବଶ୍ୟକୀୟ ପାର୍କିଂଗ ବ୍ୟବସ୍ଥା ନଥିବାରୁ ପାର୍କିଂଗ ଜନିତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ସାଜିଥିବାବେଳେ ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବେଳେ କଲ୍ୟାଣମଣ୍ଡପ ଥିବା ରାସ୍ତାରେ ଯିବା ଆସିବା ବଡ କଷ୍ଟ ସାଧ୍ୟ।ତେବେ ଏ ସିଲ ପ୍ରକ୍ରିୟା କେତେ ଜୋରଦାର ହେଉଛି ତାହା ସମୟ କହିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.