ଭୁବନେଶ୍ବର: ବେଆଇନ ଶ୍ରମିକ ଚାଲାଣ ଘଟଣା । 50 ଶ୍ରମିକ ଦଲାଲ ଓ ମଧ୍ୟସ୍ଥି ଗିରଫ । ରାଜ୍ୟର ତିନି ଜିଲ୍ଲାରୁ ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗରେ ଦଲାଲ ମାନେ ଗିରଫ ହୋଇଛନ୍ତି।
ନବରଙ୍ଗପୁର, ରାୟଗଡା ଓ କଳାହାଣ୍ଡିରୁ ଦଲାଲଙ୍କୁ ପୋଲିସ ଗତକାଲି ଗିରଫ କରିଥିବା ସୂଚନା ମିଳିଛି। କଳାହାଣ୍ଡିରୁ 4ଟି ମାମଲାରେ 15ଜଣ, ନବରଙ୍ଗପୁରରୁ 4ଟି ମାମଲାରେ 20ଜଣ ଓ ରାୟଗଡାରୁ 8ଟି ମାମଲାରେ 15ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଦଲାଲ ଓ ମଧ୍ୟସ୍ଥି ଗିରଫ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ବିକେ ଶର୍ମା ।
ସେମାନଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ପୋଲିସ ଡିଜି । ପୂର୍ବରୁ ଗତ 12 ତାରିଖରେ ନୂଆପଡା ଓ ବଲାଙ୍ଗିରରୁ 41ଜଣଙ୍କୁ ଗିରଫ କରାଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ