ETV Bharat / city

ମୁକୁଳିଲେ IFS ଅଭୟ ପାଠକ, ଜେଲରୁ ବାହାରି ଛୁଇଁଲେ ବଡଭାଇର ପାଦ - ମୁକୁଳିଲେ IFS ଅଭୟ ପାଠକ

ଦୀର୍ଘ ୬ ମାସ ପରେ ମୁକୁଳିଲେ IFS ଅଭୟ ପାଠକ । ୪ଟି ମାମଲାରୁ ଜାମିନ ମିଳିବା ପରେ ଗୁରୁବାର ସେ ଝାରପଡା ଜେଲରୁ ମୁକୁଳିଛନ୍ତି। ଅଧିକ ପଢନ୍ତୁ...

ମୁକୁଳିଲେ IFS ଅଭୟ ପାଠକ
ମୁକୁଳିଲେ IFS ଅଭୟ ପାଠକ
author img

By

Published : Jun 18, 2021, 9:24 PM IST

Updated : Jun 18, 2021, 9:42 PM IST

ଭୁବନେଶ୍ବର: ଦୀର୍ଘ ୬ ମାସ ପରେ ମୁକୁଳିଲେ IFS ଅଭୟ ପାଠକ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ସ୍କାଏ କିଙ୍ଗ ଠକେଇ ମାମଲାରେ ଜେଲରେ ଥିଲେ ପାଠକ। ୪ଟି କେସରୁ ଜାମିନ ମିଳିବା ପରେ ଗୁରୁବାର ଝାରପଡା ଜେଲରୁ ସେ ମୁକୁଳିଛନ୍ତି।

ମୁକୁଳିଲେ IFS ଅଭୟ ପାଠକ

ଗତ ବର୍ଷ ନଭେମ୍ବର ୨୭ରେ ଅଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ପରେ ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହୋଇପଡିଥିଲେ ସେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା।

ତେବେ ଜେଲରୁ ମୁକୁଳିବା ବେଳେ ସାଥିରେ ତାଙ୍କ ଭାଇ ଆସିଥିବାରୁ ପ୍ରଥମେ ଜେଲରୁ ବାହାରୀ ସେ ନିଜ ବଡ଼ ଭାଇଙ୍କୁ ମୁଣ୍ଡିଆ ମାରିଥିଲେ। ଗଣମାଧ୍ୟମକୁ ନମସ୍କାର ଜଣାଇଥିଲେ। ପରେ କୋର୍ଟରେ ମାମଲା ଥିବାରୁ ଏନେଇ କିଛି କହିବେ ନାହିଁ ବୋଲି କହିଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 18, 2021, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.