ଭୁବନେଶ୍ବର: ଆଗକୁ ପୁଣି ଟ୍ରାଫିକ ନିୟମ କଡାକଡି ହେବ । ଏନେଇ ପରିବହନ ସଚିବ ପୋଲିସ ଡିଜିପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହେଲମେଣ୍ଟ ପିନ୍ଧି ଗାଡି ନ ଚଲାଇଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏମଭି ଆକ୍ଟ ୧୯୪ ଅନୁସାରେ ଲାଇସେନ୍ସ ବାତିଲ କରାଯିବ ।
ଏହାସହ ଆଇନକୁ କଡାକଡି କାର୍ଯ୍ୟ କରିବାକୁ ପୋଲିସ ଡିଜିପିଙ୍କୁ ଚିଠିରେ ଲେଖିଛନ୍ତି । ଏହାସହ ୨୦୦୯ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କେତେ ଡିଏଲ ବାତିଲ କରାଯାଇଛି ତାହାର ହିସାବ ଦେବାକୁ କୁହାଯାଇଛି । ୭ ଦିନ ମଧ୍ୟରେ ବାତିଲ ରିପୋର୍ଟ ଦେବାକୁ ଚିଠିରେ କୁହାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ