ETV Bharat / city

ଭୁଲ କହିଥିଲେ କ୍ଷମା ମାଗିବାକୁ ପ୍ରସ୍ତୁତ: ପ୍ରଦୀପ୍ତ ନାୟକ - pradipta nayak ready to apologize

ରାଜ୍ୟରେ ହେଉଥିବା କିରାସିନି କଳାବଜାରୀରେ ସରକାରଙ୍କ ଯୋଗାଣ ବିଭାଗର ଭୂମିକା ରହୁଛି । ଏ ପ୍ରସଙ୍ଗରେ ଶାସକ ଦଳର ବିଧାୟକଙ୍କ ସମ୍ପର୍କରେ ଯାହା କହିଛି ତାହା ମୋର ଉଦ୍ଦେଶ୍ୟ ନଥିଲା । ଯଦି ଏ ବାବଦରେ ମୁଁ କହିଛି ଭୁଲ କହିଛି, ତାହାଲେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିରୋଧି ଦଳ ନେତା ।

ଫାଇଲ ଫଟୋ
author img

By

Published : Aug 1, 2019, 1:09 PM IST

ଭୁବନେଶ୍ବର: ମୁଁ କିଛି ଭୁଲ କହିନାହିଁ । ଯଦି କହିଥାଏ, ତାହାଲେ ଏଥିପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି । ଏହା କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ । ରାଜ୍ୟରେ ହିତାଧିକାରୀଙ୍କୁ ମିଳୁଥିବା କିରାସିନି କୋଟାକୁ ନେଇ ଗୃହରେ ନିଜର ପ୍ରତିକ୍ରିୟା ରଖିଥିଲେ ବିରୋଧି ଦଳ ନେତା । ଏହାକୁ ନେଇ ଦେଖା ଦେଇଥିଲା ବିବାଦ ।

ଏ ପ୍ରସଙ୍ଗରେ ଶୂନ୍ୟକାଳରେ ସ୍ବାଧୀକାର ଭାଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କିରାସିନି କୋଟାକୁ ନେଇ ଉଭୟ ବିରୋଧୀ ଦଳ ନେତା ଓ ଯୋଗାଣ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କର ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ସେ । ଗତକାଲି ବିରୋଧୀ ଦଳର ନେତା କହିଥିଲେ ଯେ, କିରାସିନି କଳାବଜାରୀ ହେଉଛି । ଯେଉଁମାନେ କିରୋସିନ ନେଉ ନାହାନ୍ତି ତାହା ଯାଉଛି କୁଆଡେ? ଏହାପଛରେ ଶାସକ ଦଳର ବିଧାୟକ ରହିଥିବାର କହିଥିଲେ ।

ଏହାକୁ ନେଇ ନରସିଂହ ମିଶ୍ର ଆପତ୍ତି ଉଠାଇବା ଏହାକୁ ବିଧାନସଭାର ସ୍ବାଧୀକାର କମିଟିକୁ ପଠାଯାଉ ବୋଲି କହିଥିଲେ । କମିଟି ନିଷ୍ପତ୍ତି ନେବ କିଏ ଠିକ । ଆଉ ଯିଏ ଦୋଷୀ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ବାଚସ୍ପତି । ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବିଭାଗ କଳାବଜାରୀକୁ ପ୍ରୋତ୍ସାହିତ କରୁଛି । ହେଲେ ବିଧାୟକଙ୍କୁ ଏପରି କହିବା ମୋର ଉଦ୍ଦେଶ୍ୟ ନଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କ୍ଷମା ମାଗିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଗୃହରେ କ୍ଷମା ମାଗିଛନ୍ତି। ଶୁନ୍ୟ କାଳରେ
କିରୋସିନ କୋଟାକୁ ନେଇ ସ୍ବାଧୀକାର ଭାଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କିରୋସିନ କୋଟାକୁ ନେଇ ଉଭୟ ବିରୋଧୀ ଦଳ ନେତା ଓ ଯୋଗାଣ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କର ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି। ଗତକାଲି ବିରୋଧୀ ଦଳର ନେତା କହିଥିଲେ, କିରୋସିନ କଲବଜାରୀ ହେଉଛି। ଯେଉଁମାନେ କିରୋସିନ ନେଉ ନାହାନ୍ତି ତାହା ଯାଉଛି କୁଆଡେ। ଏହାପଛରେ ଶାସକ ଦଳର ବିଧାୟକମାନେ ରହିଥିବା କହିଥିଲେ। ଯାହାକୁ ନେଇ ନରସିଂହ ଆପତ୍ତି ଉଠାଇବା ସହିତ ସ୍ବାଧୀକାର କମିଟିକୁ ଏହା ପଠାଯାଉ। କମିଟି ନିଷ୍ପତ୍ତି ନେବା କିଏ ଠିକ। ଆଉ ଯିଏ ଦୋଷୀ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ। Body:ଏନେଇ ବାଚସ୍ପତି ଅନୁଧ୍ୟାନ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବିଭାଗ କଳାବଜାରୀକୁ ପ୍ରୋତତ୍ସାହିତ କରୁଛି। ହେଲେ ବିଧାୟକ ଙ୍କୁ କହିବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଏନେଇ କ୍ଷମା ମଗୁଛି।
Conclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.