ETV Bharat / city

ICU-ଭେଣ୍ଟଲେଟର ଯାଞ୍ଚ କରିବେ 4 ଜଣିଆ ସ୍ୱତନ୍ତ୍ର ଟିମ

author img

By

Published : May 15, 2021, 6:09 PM IST

କଟକ ଭୁବନେଶ୍ୱରେ ଆଇସିୟୁ ଓ ଭେଣ୍ଟଲେଟର ଯାଞ୍ଚ ପାଇଁ ଗଠନ ହେଲା 4 ଜଣିଆ ଟିମ । ଅଧିକ ପଢନ୍ତୁ...

experts team  inspect ICU and ventilator
experts team inspect ICU and ventilator

ଭୁବନେଶ୍ବର: କଟକ ଭୁବନେଶ୍ୱରରେ ଯାଞ୍ଚ ହେବ କୋଭିଡ ହସ୍ପିଟାଲ । ଏନେଇ ସ୍ବାସ୍ଥ୍ୟ ବିଭାଗ 4 ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଛି । ଏହି ଟିମ୍ କୋଭିଡ ହସ୍ପିଟାଲଗୁଡିକ ପରିଦର୍ଶନ କରି ଆଇସିୟୁ ଓ ଭେଣ୍ଟଲେଟର ଯାଞ୍ଚ କରିବେ ।

କୋଭିଡ ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ଠିକ୍ ଭାବରେ ଆଇସିୟୁ ବେଡ଼ ଓ ଭେଣ୍ଟଲେଟର ମିଳୁଛି କି ନାହିଁ ତାହା ଯାଞ୍ଚ କରାଯିବ । ସନ୍ଧ୍ୟା 5ଟା ସମୟରେ ଟିମ୍ ଏହାର ରିପୋର୍ଟ ପ୍ରଦାନ କରିବେ । ଏହି 4 ଜଣିଆ ଟିମରେ କଟକରେ ଥିବା କୋଭିଡ ହସ୍ପିଟାଲ ଯାଞ୍ଚ କରିବେ ଅରୁଣ କୁମାର ସାହୁ ଓ ପ୍ରଣୟ କୁମାର ପାତ୍ର । ସେହିପରି ଭୁବନେଶ୍ୱରରେ ଯାଞ୍ଚ କରିବା ପାଇଁ ଟିମକୁ 3 ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ କମଳାକାନ୍ତ ପ୍ରଧାନ, ରବୀନ୍ଦ୍ର କୁମାର ରହିଥିବାବେଳେ ଦ୍ୱିତୀୟ ଭାଗରେ ରହିଛନ୍ତି କମଳାକାନ୍ତ ସ୍ୱାଇଁ, ଦୀପ୍ତି ରଞ୍ଜୟ ଦରଜି ଓ ତୃତୀୟ ଭାଗରେ ରହିଛନ୍ତି ଅଭିଜିତ ସ୍ୱାଇଁ ଓ ଶ୍ରୀଧର ପଣ୍ଡା ।

ତେବେ ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଅନେକ ସମୟରେ ହସ୍ପିଟାଲରେ ଆଇସିୟୁ ବେଡ଼ ମିଳିବା କଷ୍ଟକର ହୋଇପଡୁଛି । ତେବେ ଏହି ସ୍ବତନ୍ତ୍ର ଟିମ୍ ମାଧ୍ୟମରେ ସତରେ ବେଡ଼ ଖାଲି ରହୁଛି କି ନାହିଁ, ରୋଗୀଙ୍କୁ ଠିକ ଭାବରେ ଚିକିତ୍ସା କରାଯାଉଛି କି ନାହିଁ, ଏସମସ୍ତ ସମସ୍ୟାର ଯାଞ୍ଚ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.