ଭୁବନେଶ୍ବର: ଗୁରୁ ଦିବସରେ ଆରମ୍ଭ ହେବ ICONIC ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ବରର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ ବିଦ୍ୟାଳୟ । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ଶିକ୍ଷାକୁ ଅଗ୍ରାଧିକାର ଦେଇ ରାଜଧାନୀରେ ଏକ ମଡେଲ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି । ଯେଉଁଠି ସାରା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରିବେ । ଏଥିପାଇଁ ସରକାର ରାଜଧାନୀର 25 ଏକର ଜମିରେ ICONIC ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବେ। ଏହି ବିଦ୍ୟାଳୟରେ 500 ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଶିକ୍ଷାଦାନ କରାଯିବ । ରାଜ୍ୟରେ ଥିବା 314 ଆଦର୍ଶ ବିଦ୍ୟାଳୟରୁ ବଛା ବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାକୁ ସୁଯୋଗ ପାଇବେ । ଏହି ICONIC ଆଦର୍ଶ ବିଦ୍ୟାଳୟକୁ ଆସନ୍ତା ସେପ୍ଟେମ୍ବର 5 ତାରିଖରେ ଶୁଭ ଦିଆଯିବ।
ଏନେଇ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ବ୍ୟୟ କରିବେ। ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କରିପାହିେ । ଏହି ଆଦର୍ଶ ବିଦ୍ୟାଳୟରେ ରହିବା ଖାଇବା ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନାଥାଉକି ରାଜ୍ୟରେ ସରକାର ସିବିଏସଇ ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ମଡେଲ ଭାବରେ ସାରା ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ଯେଉଁଛି ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ତେବେ ସରକାର ବିଦ୍ୟାଳୟ ପରେ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି କିନ୍ତୁ ଉପଯୁକ୍ତ ଶିକ୍ଷା ପଦ୍ଧତି,ଶିକ୍ଷକ ଅଭାବ, ଅର୍ଥ ଅଭାବ ଯୋଗୁଁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ