ଭୁବନେଶ୍ବର: ଦାୟିତ୍ବ ନେଲେ ସଂସ୍କୃତି ସଚିବ । ରାଜ୍ୟ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ। ସେ ଆନୁଷ୍ଠାନିକ ଭାବେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।
ସଂସ୍କୃତି ସଚିବ ଭାବେ ଦାୟିତ୍ବ ନେଲେ ରଞ୍ଜନ ଦାସ ରଞ୍ଜନ ଦାସ ଜଣେ ଏକାଧାରାରେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ଜଣେ ଦକ୍ଷ ପ୍ରଶାସକ ଭାବରେ ଉଚ୍ଚକୋଟିର ସ୍ତମ୍ଭକାର ,ଗୀତିକାର, ଗାଳ୍ପିକ ତଥା ସଂସ୍କୃତ ସମ୍ପନ୍ନ ବ୍ୟକ୍ତିତ୍ୱ । ତାଙ୍କ ନେତୃତ୍ୱରେ ସଂସ୍କୃତି ବିଭାଗ ଅଧିକ ଚଳଚଞ୍ଚଳ ହେବା ସହ ଅନେକ ସୃଜନଶୀଳ କାର୍ଯ୍ୟ କରିପାରିବେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ