ETV Bharat / city

ବାଲକ୍ରିଷ୍ଣନ ହେଲେ ସିଏମଓ ଉପଦେଷ୍ଟା - cmo-advir-balkrishnansor

ଅବସରପ୍ରାପ୍ତ ଆଇଏସ ଅଧିକାରୀ ଆର୍ ବାଲକ୍ରିଷ୍ଣନ ଙ୍କୁ CMO ଉପଦେଷ୍ଟା ଭେବେ ନିଯୁକ୍ତି । ପୂର୍ବରୁ ସ୍ବତନ୍ତ୍ର ଇନିସିଏଟିଭିର ଉପଦେଷ୍ଟା ଥିଲେ ବାଲକ୍ରିଷ୍ଣନ । ସେପଟେ ବରିଷ୍ଠ ଆଇଏସ ଅଧିକାରୀ ଗଗନ କୁମାର ଧଳ ଇସ୍ତଫା ନେଇ ସ୍ପଷ୍ଟୀକରଣ ଦେଇଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ।

ଫାଇଲ ଫଟୋ
author img

By

Published : Aug 16, 2019, 7:30 PM IST

ଭୁବନେଶ୍ବର: ଓଡିଶା ପ୍ରଶାସନରେ ବଡ ଧରଣର ଅଦଳ ବଦଳ ପରେ, କିଛି ଆଇଏଏସ ଅଧିକାରୀ ଇସ୍ତଫା ଦେବା ନେଇ ଚର୍ଚ୍ଚା । ଆଉ କିଛି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହେଉଥିବା ନେଇ ଆରମ୍ଭ ଜୋର ଧରିଛି ଚର୍ଚ୍ଚା । ଅନ୍ୟପଟେ ସିଏମଓ ଉପଦେଷ୍ଟାଙ୍କ ଭାବେ ନିଯୁକ୍ତ ପାଇଛନ୍ତି ବାଲକ୍ରିଷ୍ଣନ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚାକିରୀର ଏକ ବର୍ଷ ଆଗରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ଵେଚ୍ଛାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି । ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେଇଛନ୍ତି ଅସିତ ତ୍ରିପାଠୀ । ଏପରି ଅଦଳ ବଦଳ ପ୍ରକ୍ରିୟାରେ ରାଜ୍ୟ ବରିଷ୍ଠ ଅଧିକାରୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେପଟେ ବରିଷ୍ଠ ଆଇଏଏସ ଅଧିକାରୀ ଗଗନ କୁମାର ଧଳ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ସେ ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ଏବେ ଗଗନଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି ।

BBSR
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଗଣମାଧ୍ୟମରେ ଏପରି ଚର୍ଚ୍ଚା ନେଇ ସ୍ପଷ୍ଟୀକରଣ ଦେଇଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ । ଚଳିତ ଅଗଷ୍ଟ ମାସରେ ଆଇଏଏସ୍ ଅଫିସର ଧଳ ପାରିବାରିକ କାରଣରୁ ଇସ୍ତଫା ଦେବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ମାଗିଛନ୍ତି । କିନ୍ତୁ ଧଳଙ୍କ ଇସ୍ତଫା ପତ୍ର ଏବେ ବି ସରକାରଙ୍କ ପାଖରେ ବିଚାରାଧିନ ଥିବା ନେଇ ସୂଚନା ବିଭାଗର ଅଧିକାରୀ ଉମାକାନ୍ତ ମହାପାତ୍ର ସ୍ପଷ୍ଟୀକରଣ ଜାରି କରିଛନ୍ତି ।

ସେପଟେ ଅବସର ଗ୍ରହଣ କରିଥିବା ବରିଷ୍ଠ ଆଇଏସ ଆର୍ ବାଲକ୍ରିଷ୍ଣନ ହେଲେ ସିଏମଓ ଉପଦେଷ୍ଟା ଙ୍କୁ CMO ଉପଦେଷ୍ଟା ଭେବେ ନିଯୁକ୍ତି କରାଯାଇଛି । ଏନେଇ ପ୍ରତିକ୍ରିୟା ଦେଇ ବାଲକ୍ରିଷ୍ଣନ କହିଛନ୍ତି ଯେ , ଆଗରୁ ମୁଁ ସ୍ପେଶାଲ ଇନିସିଏଟିଭିର ଉପଦେଷ୍ଟା ଭାବେ କାର୍ଯ୍ୟ କରିଛି। ଏବେ ମୋତେ ଯେଉଁ ଦାୟିତ୍ବ ମିଳିଛି ସେଥିରେ ଖୁସି। ମୁଖ୍ୟମନ୍ତ୍ରୀ ଯାହା ଉପଦେଶ ଦେବେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଓଡିଶା ପ୍ରଶାସନରେ ଏକ ବଡ ଧରଣର ଅଦଳ ବଦଳ ହେଲାପରେ, ହଠାତ କିଛି ଆଇଏଏସ ଅଧିକାରୀ ଏବେ ଇସ୍ତଫା ଦେବା ସହିତ ଆଉ କିଛି କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହୋଇ ପଡିଛନ୍ତି। ନିଜ ଚାକିରି କାଳ ପୂରିବାର ପ୍ରାୟ ବର୍ଷେ ଆଗରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ଵେଚ୍ଛାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିବାକୁ ଯାଉଛନ୍ତି।ସେପଟେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଅସିତ ତ୍ରିପାଠୀ ଯୋଗଦେଇ ସାରିଛନ୍ତି। ଏହି ଅଦଳ ବଦଳ ପ୍ରକ୍ରିୟାରେ ରାଜ୍ୟ ବରିଷ୍ଠ ଅଧିକାରୀଙ୍କ ଭିତରେ ଏକପ୍ରକାର ଅସ୍ବସ୍ତିକର ଭାବନା ସୃଷ୍ଟି ହୋଇଛି। Body:ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ କୁମାର ଧଳ ଇସ୍ତଫା ଦେଇଥିବା ଚର୍ଛା ହେଉଛି । ସେ ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ ।

ଏବେ ଗଗନଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ୨୦୨୦ ଜାନୁଆରୀରେ ଗଗନ ଅବସର ନେଇଥାନ୍ତେ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ପଦବୀରୁ ଅବ୍ୟାହାତ ନେଇଥିବା ଚର୍ଛା ହେଉଛି ।

Conclusion:ସେପଟେ ଅବସରର ଗ୍ରହଣ କରିଥିବା ବରିଷ୍ଠ ଆଇଏସ ଆର୍ ବାଲକ୍ରିଶନନ୍ ଙ୍କୁ CMO ଉପଦେଷ୍ଟା ଭେବେ ନିଜୁକ୍ତ କରାଯାଇଛି ।ଏନେଇ ପ୍ରତିକ୍ରିୟା ଦେଇ ବାଲକ୍ରିଶନନ୍ କହିଛନ୍ତି ଯେ ,
ଆଗରୁ ମୁଁ ସ୍ପେଶାଲ ଇନିସିଏଟିଭିର ଉପଦେଷ୍ଟା ଭାବେ କାର୍ଯ୍ୟ କରିଛି। ଏବେ ମୋତେ ଯେଉଁ ଦାୟୀତ୍ୱ ମିଳିଛି ସେଥିରେ ଖୁସି। ମୁଖ୍ୟମନ୍ତ୍ରୀ ଯାହା ଉପଦେଶ ଦେବେ ସେହି ଅନୁସାରେ କାର୍ଯ୍ୟ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.