ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା କରିବା ପାଇଁ 22 ଜଣ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ରାଜ୍ୟକୁ ଫେରିବା ପୂର୍ବରୁ ସରକାର ଆଇଏଏସ ଅଫିସରମାନଙ୍କୁ ପରିସ୍ଥିତିର ମୁକାବିଲା ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବର ସିଟି- ଅନୁ ଗର୍ଗ ଏବଂ ଏନ ତିରୁମଳା ନାୟକ
ବାଲେଶ୍ୱର- ମଧୁସୁଦନ ପାଢ଼ୀ
ଭଦ୍ରକ- ରତ୍ନାକର ରାଉତ
କଟକ ସିଟି - ସୌରଭ ଗର୍ଗ
କଟକ ରୁରାଲ- ସୁଶାନ୍ତ ମହାପାତ୍ର
ମୟୂରଭଞ୍ଜ- ସୁରେନ୍ଦ୍ର କୁମାର
କେନ୍ଦୁଝର- ଶ୍ରୀକାନ୍ତ ପୃଷ୍ଟି
ଗଞ୍ଜାମ- ଜି ମଥୁ ଭଥନନ
ଗଜପତି- କିଷନ କୁମାର
ଯାଜପୁର/ଜଗତସିଂହପୁର/କେନ୍ଦ୍ରାପଡା- ହେମନ୍ତ ଶର୍ମା, ସୁରେଶ ଚନ୍ଦ୍ର ଦଳେଇ
ଅନୁଗୋଳ/ଦେବଗଡ/ଢେଙ୍କାନାଳ- ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ
ବଲାଙ୍ଗୀର/ବରଗଡ/ନୂଆପଡା- ସୁଶୀଲ କୁମାର ଲୋହାନି, ବେଣୁଧର ବେହେରା
କଳାହାଣ୍ଡି/କନ୍ଧମାଳ/ବୌଦ୍ଧ- ଶାଶ୍ବତ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ର
କୋରାପୁଟ/ରାୟଗଡା/ମାଲକାନଗିରି/ନବରଙ୍ଗପୁର- ଭିଭି ଯାଦବ, ରସିଦ ଖାଁ
ନୟାଗଡ/ପୁରୀ/କଟକ ରୁରାଲ/ଖୋର୍ଦ୍ଧା ରୁରାଲ- ଅନୀଲ କୁମାର ସାମଲ
ସମ୍ବଲପୁର/ସୋନପୁର/ଝାରସୁଗୁଡା/ସୁନ୍ଦରଗଡ଼- ନିରଞ୍ଜନ ସାହୁ

ସେହିପରି ଓଡିଶା ବାହାରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବାକୁ ସରକାର ଏକ ଟିମ ଗଠନ କରିଛନ୍ତି । ସବୁ ରାଜ୍ୟ ପାଇଁ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ଏମାନଙ୍କୁ ସ୍ବାସ୍ଥ୍ୟ, କଣ୍ଟ୍ରୋଲ ରୁମ ଓ ସୁବିଧା ଯୋଗାଇ ଦେବାକୁ ଏକ ଅଲଗା ଟିମ ଗଠନ ହୋଇଛି।
ତେଲେଙ୍ଗାନା- ୱାଇ. ବିଜୟ
ଆନ୍ଧ୍ରପ୍ରଦେଶ- ବି ପରମେଶ୍ବରନ
ପଶ୍ଚିମବଙ୍ଗ- ଭାସ୍କର ଜ୍ୟୋତି ଶର୍ମା
ଗୁଜୁରାଟ- ନୀତିନ ଜବାଲେ
ମହାରାଷ୍ଟ୍ର- ରାଜେଶ ପ୍ରଭାକର ପାଟିଲ
ତାମିଲନାଡୁ- ଚିତ୍ରା ଅରୁମୁଗମ
ବିହାର/ଝାଡଖଣ୍ଡ- ମହମ୍ମଦ ସାଦିକ ଆଲମ
କେରଳ- ଏମ ମୁଥୁ କୁମାର
ନୂଆଦିଲ୍ଲୀ- ସଞ୍ଜୀବ ମିଶ୍ର
ଓ ଅନ୍ୟ ରାଜ୍ୟ- ଅମିତାଭ ଠାକୁର

ଅନ୍ୟପଟେ କୋଭିଡ-19 ମୁକାବିଲା ନେଇ ରାଜ୍ୟ ସରକାର ମଧ୍ୟ ଏକ ବଡ଼ ଟିମ ଗଠନ କରିଛନ୍ତି । ବରିଷ୍ଠ ଆଇଏଏସଙ୍କୁ ଏଥିରେ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ରାଜସ୍ବ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ନିକୁଞ୍ଜ ଧଳ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇବେ ।
କୋଭିଡ ହସ୍ପିଟାଲ- ସୌରଭ ଗର୍ଗ, ସୁରେଶ ମହାପାତ୍ର
ପ୍ରଦୀପ୍ତ ମହାପାତ୍ର- ସାମାଜିକ ଦୂରତା କାର୍ଯ୍ୟକାରିତା
ସଞ୍ଜୀବ ଚୋପ୍ରା- ଅନ୍ୟ ରାଜ୍ୟରୁ ଓଡ଼ିଆଙ୍କୁ ଫେରାଇବା ଦାୟିତ୍ୱ
ଅନୁ ଗର୍ଗ- IEC , କୋଭିଡ 19 ତାଲିମ
କ୍ରିଷନ କୁମାର- ଓଡ଼ିଆଙ୍କ ପଞ୍ଜୀକରଣ
ସୁରେନ୍ଦ୍ର କୁମାର- ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ
ହେମନ୍ତ ଶର୍ମା- ଅତ୍ୟାବଶ୍ୟକ ଔଷଧ ଯୋଗାଣ ଓ ସଂଗ୍ରହ
ବିଶାଳ ଦେବ- OSD, ମୁଖ୍ୟ ଶାସନ ସଚିବ
ସଚିନ ଆର ଯାଦବ- OSD, ମୁଖ୍ୟ ଶାସନ ସଚିବ
ଭିନିଲ କ୍ରିଷ୍ଣା- OSD, ମୁଖ୍ୟ ଉପଦେଷ୍ଟା, ସିଏମଓ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ