ETV Bharat / city

କଠୋର ହେଲେ ଅରବିନ୍ଦ, ଅଫିସରେ ପାନ ଖାଇବା ମନା - gutkha ban in office

ପାନ କିମ୍ବା ଅନ୍ୟ କୌଣସି ନିଶା ସେବନ କରି ଅଫିସ ଗଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ଅଧିକ ପଢନ୍ତୁ

ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ
ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ
author img

By

Published : Aug 11, 2022, 7:51 AM IST

ଭୁବନେଶ୍ବର: କୃଷି ବିଭାଗରେ କାର୍ଯ୍ୟ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ପାନ କିମ୍ବା ଅନ୍ୟ କୌଣସି ନିଶା ସେବନ କରି ଅଫିସ ଗଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ।

ଅଫିସରେ ପାନ ଖାଇବା ମନା
ଅଫିସରେ ପାନ ଖାଇବା ମନା

କୃଷି ବିଭାଗରେ ଶୃଙ୍ଖଳା ଆଣିବା ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ନବ ନିଯୁକ୍ତ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । କର୍ମଚାରୀମାନେ ଅଫିସ ଭିତରେ ଯେପରି ପାନ, ବିଡି ସମେତ ଅନ୍ୟାନ୍ୟ ନିଶା ସେବନ ନ କରିବା ପାଇଁ ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ କଠୋର ହୋଇଛନ୍ତି ଅରବିନ୍ଦ ।

ଏହା ବି ପଢନ୍ତୁ ଅରବିନ୍ଦ ପାଢୀଙ୍କ ଅନୁରୋଧ, ପ୍ରତ୍ୟେକ ଶୁକ୍ରବାର ପିନ୍ଧନ୍ତୁ ହସ୍ତତନ୍ତ ପୋଷାକ

ବିଭାଗର କୌଣସି ବି କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ପାନ, ବିଡି, ସିଗାରେଟ, ଗୁଟ୍‍ଖା କିମ୍ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରିପାରିବେ ନାହିଁ । ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଏହି ଆଦେଶକୁ ଅନୁପାଳନ କରିବେ । ଖିଲାପକାରୀଙ୍କ ବିରୋଧରେ କଡା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.