ETV Bharat / city

ଭୁବନେଶ୍ବରରେ ବୀର ପୁଅ ରାଣାପ୍ରତାପଙ୍କୁ Guard Of Honour, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 11, 2021, 12:33 PM IST

Updated : Dec 11, 2021, 2:20 PM IST

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣାପ୍ରତାପଙ୍କ ମରଶରୀର । ବାୟୁଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଯବାନ ରାଣାପ୍ରତାପଙ୍କ ମରଶରୀର, ଦିଆଗଲା ଗାର୍ଡ ଅଫ ଅନର

ଭୁବନେଶ୍ବର: ଆଜି(ଶନିବାର) ଭୁବନେଶ୍ବରରେ ପହଞ୍ଚିଲା ଯବାନ ରାଣାପ୍ରତାପଙ୍କ ମରଶରୀର । ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ରାଣାପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି । ତାଙ୍କୁ ଏଠାରେ ଟେରିଟେରିଆଲ ଆର୍ମି ଓ ଏୟାରଫୋର୍ସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୀର ଯୋଦ୍ଧାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ବିମାନବନ୍ଦରରେ ବହୁ ରାଜନେତା, ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭୁବନେଶ୍ବରରେ ବୀର ପୁଅ ରାଣାପ୍ରତାପଙ୍କୁ Guard Of Honour, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଆଜି ବିମାନ ବନ୍ଦରରୁ ଜନ୍ମମାଟି ତାଳେଚର କୃଷ୍ଣଚନ୍ଦ୍ରପୁର ଅଭିମୁଖେ ରାଣାପ୍ରତାପଙ୍କ ପାର୍ଥିବ ଶରୀର ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ଉଲ୍ଲେଖଯୋଗ୍ୟ,୧୯୮୭ରେ କୃଷ୍ଣଚନ୍ଦ୍ରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଣାପ୍ରତାପ ଦାସ । ଯିଏକି ଏୟାରଫୋର୍ସରେ ୨୦୦୬ରେ ଜୁନିୟର ଓ୍ବାରେଣ୍ଟ ଅଫିସର ଭାବେ ଯୋଗ ଦେଇଥିଲେ । ଗତ ବୁଧବାର ଦିନ ତାମିଲନାଡୁ କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Dec 11, 2021, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.