ଭୁବନେଶ୍ବର: ବିଜେଡ଼ି ଦଳରେ ମିଶିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ଶତାଧିକ ନେତା ଓ କର୍ମୀ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି ନେତା । ବିଜେଡ଼ିରେ JMMର ବିଲୟ ହୋଇଛି ବୋଲି ଏହି ମିଶ୍ରଣ ପର୍ବରେ ସାମିଲ ହୋଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।
ଏହାସହିତ ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ JMM ମୟୂରଭଞ୍ଜରେ ବିଲୟ ହୋଇଯାଇଛି। ଆଗରୁ ସେଠାରେ JMM ବାନା ଥିଲା, ଆଜି ନାହିଁ। ଯେଉଁମାନେ ଆସି ମିଶିଲେ, ସେମାନେ ମୋ ଅନୁଗତ ଥିଲେ। ସେମାନେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି। ତେବେ ବିଜେଡ଼ିରେ ସାମିଲ ହୋଇଥିବା ସମସ୍ତଙ୍କୁ ସେ ସ୍ବାଗତ ଜଣାଇଛନ୍ତି ।
ବିଜେଡିରେ ଯୋଗ ଦେଲେ ଜେ.ଏମ.ଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଓ ଜେ.ଏମ.ଏମର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ । ତାଙ୍କ ସହିତ ଅନ୍ୟ ନେତା ଓ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି । ବିଜେଡି଼ କାର୍ଯ୍ୟାଳୟରେ ବିଜେଡି଼ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ