ETV Bharat / city

UNIVERSITY ଓ ଡିଗ୍ରୀ COLLEGEରେ ଯୋଗଦେବେ ଶତ ପ୍ରତିଶତ କର୍ମଚାରୀ

author img

By

Published : Jul 5, 2021, 5:06 PM IST

ମଙ୍ଗଳବାର ଠାରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୋଗଦେବେ ଶତପ୍ରତିଶତ କର୍ମଚାରୀ । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ 6 ଜୁଲାଇରୁ ଆସିବେ ଶତ ପ୍ରତିଶତ କର୍ମଚାରୀ । ଏହାକୁ ନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍‌ସପାଲଙ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ । ଅଧିକ ପଢ଼ନ୍ତୁ...

university ଓ degree collegeରେ ଯୋଗଦେବେ ଶତପ୍ରତିଶତ କର୍ମଚାରୀ

ଭୁବନେଶ୍ବର: ଆସନ୍ତାକାଲି (ମଙ୍ଗଳବାର)ଠାରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଯୋଗଦେବେ ଶତପ୍ରତିଶତ କର୍ମଚାରୀ । ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ 6 ଜୁଲାଇରୁ ଆସିବେ ଶତ ପ୍ରତିଶତ କର୍ମଚାରୀ । ଏହାକୁ ନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍‌ସପାଲଙ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ ।

ପୂର୍ବରୁ କୋଭିଡ ସଂକ୍ରମଣ ଯୋଗୁଁଁ 50 ପ୍ରତିଶତ ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି କରାଯାଉଥିଲା । ଆଗକୁ ୟୁଜି ଓ ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଆବଶ୍ୟକ । ଏଥିପାଇଁ ଆସନ୍ତାକାଲିଠାରୁ ସମସ୍ତ ଷ୍ଟାଫ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଏନେଇ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ। ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସମସ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ସମସ୍ତ କର୍ମଚାରୀ ଯୋଗ ଦେଲେ ସୁଦ୍ଧା କୋରୋନା ପ୍ରୋଟୋକଲ୍ ନିର୍ଦେଶକୁ ମାନି ଚଳିବେ। ଯେପରି କି ଫେସ୍ ମାସ୍କ, ହାତକୁ ବାରମ୍ବାର ସାନିଟାଇଜ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଆଦି ଗାଇଡଲାଇନ ମାନିବା ଆବଶ୍ୟକ । ତେବେ କୌଣସି ଜିଲ୍ଲା, ଟାଉନ୍, ସହରରେ କୋଭିଡ୍-19 ଗାଇଡଲାଇନ ଅନଯାୟୀ ୱିକେଣ୍ଡ୍ ବନ୍ଦ ଘୋଷିତ ହେଲେ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ଶନିବାର ଓ ରବିବାର ଦିନ ବନ୍ଦ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.