ଭୁବନେଶ୍ବର: ଆଜି ଦେଶ ପାଳୁଛି 150ତମ ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ରାଜ୍ୟର ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯିବା ସହ ଅହିଂସା ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି । କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଇଥିବା ବେଳେ, ବିଜେଡି ମାନବ ଶୃଙ୍ଖଳ ମାଧ୍ୟମରେ ବାଣ୍ଟିଛି ଗାନ୍ଧୀବାର୍ତ୍ତା।
ବିଜୁଯୁବ ବାହିନୀର ପ୍ରାୟ 4 ହଜାର ସଦସ୍ୟ ଆଚାର୍ଯ୍ୟ ବିହାର ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଏକ ବିଶାଳ ମାନବ ଶୃଙ୍ଖଳ କରି ଲୋକଙ୍କୁ ସଚେତନାର ବାର୍ତ୍ତା ବାଣ୍ଟିଛନ୍ତି। ଗାନ୍ଧୀଙ୍କ ଅହିଂସା ନୀତିକୁ ପାଳନ କରିବା ପାଇଁ ଲୋକଙ୍କୁ ଅବଗତ କରାଇଛନ୍ତି । ତେବେ ଆଜି ଠାରୁ ସାରା ଦେଶରେ ପ୍ଲାଷ୍ଟିକ ବ୍ୟାନ ଆରମ୍ଭ ହୋଇଯାଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ