ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ କ୍ୟାପିଟାଲ ଥାନା ପିଏଚଡି କଲୋନିର କେଦାରପଲ୍ଲୀ ବସ୍ତିରୁ ଏହାକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଡ୍ରଗ୍ସ କୁଇନକୁ ଗିରଫ କରିଛି ଅବକାରୀ ଟିମ୍ । ଏହି ଅଭିଯୁକ୍ତ ମହିଳା ହେଉଛନ୍ତି ବସ୍ତିର ସୁଷମା ନାୟକ । ତାଙ୍କ ନିକଟରୁ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି ।
ରାଜଧାନୀରେ ଚାଲିଛି ବସ୍ତିଚାଲ ଅଭିଯାନ । କିନ୍ତୁ ବସ୍ତିର ଘରେ ଘରେ ବ୍ରାଉନସୁଗାର ବିକ୍ରି ହେଉଥିବା ମଧ୍ୟ ପୋଲିସ ପାଖରେ କୌଣସି ସୁରାକ୍ ନାହିଁ । ଏହାରି ଭିତରେ ଆଜି ଅବକାରୀ ଟିମ୍ ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ତେବେ ଗିରଫ ହୋଇଥିବା ମହିଳା ବାପୁଜୀ ନଗର କ୍ୟାପିଟାଲ ଥାନା ଅଞ୍ଚଳର ପାଉଡର ଲେଡି ଭାବେ ବେଶ୍ ପରିଚିତ ଥିଲେ । ସେ ନିଜର ଦବଦବା ଓ ନେଟୱାର୍କ ଜରିଆରେ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର