ETV Bharat / city

ସ୍ମାର୍ଟ ସିଟି ଲୋକଙ୍କୁ କେତେ ପସନ୍ଦ ? ରେଟିଂ କରିବେ ରାଜଧାନୀବାସୀ - ରେଟିଂ ରେସରେ ଭୁବନେଶ୍ବର

ରାଜଧାନୀ ଭୁବନେଶ୍ବରରେ ରହିବା କେତେ ବାସଉପଯୋଗୀ ? ଏଣିକି ରେଟିଂ କରି ଜଣାଇବା ସ୍ମାର୍ଟସିଟି ବାସିନ୍ଦା । ଏନେଇ ଭୁବନେଶ୍ବର ବାସିନ୍ଦାଙ୍କୁ ଠାରୁ ମତାମତ ଲୋଡିଛି ବିଏମସି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bmc is of living contest race
ସ୍ମାର୍ଟ ସିଟି ଲୋକଙ୍କୁ କେତେ ପସନ୍ଦ? ରେଟିଂ କରିବେ ରାଜଧାନୀବାସୀ
author img

By

Published : Feb 6, 2020, 10:25 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବର ଲୋକଙ୍କୁ କେତେ ପସନ୍ଦ ? ଏବେ ରେଟିଂ କରି ଜଣାଇବେ ରାଜଧାନୀବାସୀ । ୨୧ଟି ମାନଦଣ୍ଡକୁ ନେଇ ବିଏମସି ଜନସାଧାରଣଙ୍କ ଠାରୁ ଲୋଡିଛି ମତାମତ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା,ବିଦ୍ୟୁତ ସରବରାହ, ଡ୍ରେନେଜ ବ୍ୟବସ୍ଥା, ମହିଳା ସୁରକ୍ଷା, ସହରର ସ୍ବଚ୍ଛତା, ଜଳବନ୍ଦୀ ସମସ୍ୟା, ସୁଗମ ଚଳଣି ପାଇଁ ଆୟ, ସବୁଜିମା ସହର, ବ୍ୟାଙ୍କର ସ୍ମାର୍ଟ କାରବାର ବ୍ୟବସ୍ଥା ନେଇ ଲୋକେ ନିଜର ମତାମତ ଦେବେ । ଏହି ମତାମତ ପ୍ରକ୍ରିୟା ଚଳିତ ମାସ ୨୯ ପର୍ଯ୍ୟନ୍ତ ଚାଲିବ ।

ସ୍ମାର୍ଟ ସିଟି ଲୋକଙ୍କୁ କେତେ ପସନ୍ଦ? ରେଟିଂ କରିବେ ରାଜଧାନୀବାସୀ

ଗୁରୁବାର ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କେଉଁ ସହରରେ ରହିବା କେତେ ସହଜ, କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଇଜ ଅଫ ଲିଭିଙ୍ଗ ଇନଡେକ୍ସକୁ ନେଇ ଭଲ ମତାମତ ଲୋଡା ଯାଇଛି । ଦେଶରେ ଭୁବନେଶ୍ବର ଯଶଖ୍ୟାତିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସହରବାସୀଙ୍କ ଜୀବନଶୈଳୀ ବ୍ୟବସ୍ଥା କଣ ? ସେ ନେଇ ରାଜଧାନୀବାସୀଙ୍କୁ ନିଜର ବହୁମୂଲ୍ୟ ମତାମତ ଦେବାକୁ ଅନୁରୋଧ କରିଛନ୍ତି ସେ ।

ଏପଟେ ସହରର ସ୍ବଚ୍ଛତା, ପାନୀୟ ଜଳ ଯୋଗାଇବାରେ ବିଏମସି ବିଫଳ ହୋଇଥିବା ନେଇ କେତେକ ଭୁବନେଶ୍ବରବାସୀ ମତ ଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶରେ ୧୦୦ଟି ସ୍ମାର୍ଟସିଟି ଭିତରେ ଏହି ପ୍ରତିଯୋଗିତା କରାଯାଉଛି । ପରେ ମୂଲ୍ୟାୟନ କରାଯାଇ ମନ୍ତ୍ରାଳୟ ପକ୍ଷରୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି କେତେ ବାସ ଉପଯୋଗୀ।ଏବେ ରେଟିଙ୍ଗ କରିବେ ଭୁବନେଶ୍ୱରବାସୀ।

Body:ଭୁବନେଶ୍ୱର କେତେ ବାସ ଉପଯୋଗୀ ,ଇଜ ଅଫ ଲିଭିଙ୍ଗ ଇଂଡ଼େକ୍ସ।

ଭୁବନେଶ୍ୱର ସ୍ମାର୍ଟସିଟି ନାଗରିକଙ୍କ କେତେ ପସନ୍ଦ।ଏବେ ରେଟିଙ୍ଗ କରିବେ ଭୁବନେଶ୍ୱରବାସୀ।୨୧ ଟି ମାନଦଣ୍ଡ କୁ ନେଇ ବିଏମସି ଜନସାଧାରଣଙ୍କ ଠାରୁ ଲୋଡିଲା ମତାମତ।ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା,ବିଦ୍ୟୁତ ସରବରାହ, ଡ୍ରେନେଜ ବ୍ୟବସ୍ଥା, ମହିଳା ସୁରକ୍ଷା,ସହରର ସ୍ୱଚ୍ଛତା, ଜଳବନ୍ଦୀ ସମସ୍ୟା ,ସୁଗମ ଚଳଣି ପାଇଁ ଆୟ,ସବୁଜିମା ସହର,ବ୍ୟାଙ୍କର ସ୍ମାର୍ଟ କାରବାର ବ୍ୟବସ୍ଥା ନେଇ ଲୋକେ ନିଜର ମତାମତ ଦେବେ।ଏହି ମତାମତ ପ୍ରକ୍ରିୟା ଫେବ୍ରୁଆରୀ ପହିଲାରୁ ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ।

ୱେବ୍ସାଇଟ୍ ଖୋଲନ୍ତୁ ଟାଇପ କରନ୍ତୁ, eol2019.org/citizen feedback ,ଏବଂ qr code କୁ ସ୍କାନ କରି ମଧ୍ୟ ଜନସାଧାରଣ ନିଜର ବହୁମୂଲ୍ୟ ମତାମତ ଅନଲାଇନରେ ଦିଅନ୍ତୁ।

ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ରେ କମିଶନର ପ୍ରେମଚନ୍ଦ୍ର ଚଉଧାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।କେଉଁ ସହରରେ ରହିବା କେତେ ସହଜ,କେନ୍ଦ୍ର ସରକାର ଙ୍କ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଇଜ ଅଫ ଲିଭିଙ୍ଗ ଇଂଡ଼େକ୍ସକୁ ନେଇ ନିଜର ଭଲ ମତାମତ ଦିଅନ୍ତୁ।ଦେଶରେ ଭୁବନେଶ୍ୱରର ଯଶଖ୍ୟାତି କୁ ଶୀର୍ଷରେ ପହଞ୍ଚାଇବା ପାଇଁ ,ଭୁବନେଶ୍ୱର ସହରର ଜୀବନଶୈଳୀ ବ୍ୟବସ୍ଥା କଣ ସେ ନେଇ ରାଜଧାନୀବାସୀଙ୍କୁ ନିଜର ବହୁମୂଲ୍ୟ ମତାମତ ଦେବାକୁ ଅନୁରୋଧ କରିଛନ୍ତି ପ୍ରେମ ଚନ୍ଦ୍ର।

ସେପଟେ ଏନେଇ କଣ ମତାମତ ଦେବେ ଭୁବନେଶ୍ୱର ବାସୀ ଆସନ୍ତୁ ଶୁଣିବା।ଏ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଓଲଡ଼ ଟାଉନର ଆଲୋକ ରଥ,ସେ କୁହନ୍ତି ଡ୍ରେନେଜ ବ୍ୟବସ୍ଥା ପୁରୁଣା ଭୁବନେଶ୍ୱର ଅଂଚଳରେ ଅତ୍ୟନ୍ତ ଶୋଚନୀୟ ତେଣୁ ବିକାଶ ମୂଳକ କାର୍ଯ୍ୟ ହେବା କଥା କିନ୍ତୁ ହେଉନାହିଁ।ରେଟିଙ୍ଗ ହିସାବରେ ୧ ଦେବି ବୋଲି ସେ କହିଛନ୍ତି।

ଏ ହେଉଛନ୍ତି ଭୁବନେଶ୍ୱର ଆଇଙ୍ଗିନିଆର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉମେଶ ଚନ୍ଦ୍ର ଦାଶ, ସେ କୁହନ୍ତି ସ୍ମାର୍ଟସିଟି ଆଗକୁ ଯିବା ଦରକାର।ଆମ ଅଞ୍ଚଳରେ ପାନୀୟ ଜଳ ସହିତ ଅନେକ ଅଭାବ ରହିଛି।ଭୁବନେଶ୍ୱର କୁ ଆଗକୁ ଯିବାର ଆବଶ୍ୟକତା ରହିଛି।

କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶରେ ୧୦୦ଟି ସ୍ମାର୍ଟସିଟି ଭିତରେ ଏହି ପ୍ରତିଯୋଗିତା କରାଯାଉଛି, ପରେ ମୂଲ୍ୟାୟନ କରାଯାଇ ମନ୍ତ୍ରାଳୟ ପକ୍ଷରୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.