ETV Bharat / city

14ରୁ ଖୋଲିବ UG/PG ହଷ୍ଟେଲ

author img

By

Published : Aug 7, 2021, 7:03 AM IST

Updated : Aug 7, 2021, 8:54 AM IST

୧୬ରୁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ ୧୪ରୁ ଖୋଲିବ ହଷ୍ଟେଲ । କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

14ରୁ ଖୋଲିବ UG/PG ହଷ୍ଟେଲ
14ରୁ ଖୋଲିବ UG/PG ହଷ୍ଟେଲ

ଭୁବନେଶ୍ବର: ଆସନ୍ତା 16ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ 14 ତାରିଖରୁ ହଷ୍ଟେଲ ଆସିପାରିବେ ଛାତ୍ରଛାତ୍ରୀ । କୋଭିଡର ସମସ୍ତ ନିୟମ ମାନି ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କଲେଜଗୁଡିକରେ ଆସନ୍ତା 16ରୁ ସମସ୍ତ PG ଏବଂ UG ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । Ph.D, M.Phil ର ଶିକ୍ଷାଦାନ ମଧ୍ୟ କ୍ଳାସ ରୁମରେ ଦିଆଯିବ । ତେବେ ଅଗଷ୍ଟ 14 ରୁ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲାଯିବ । ସମସ୍ତ ସମ୍ଭାବ୍ୟ କୋଭିଡ 19 ପ୍ରତିରୋଧ ପ୍ରୋଟୋକଲ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲାସରୁମ୍ ଓ ହଷ୍ଟେଲରେ ସାନିଟାଇଜିଂ, ମାସ୍କ ପରିଧାନ, ସାମାଜିକ ଦୂରତା ନିୟମ ଆଦିକୁ ବିଶେଷ ଦୃଷ୍ଟି ଦେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ହଷ୍ଟେଲରେ ରହିପାରିବେ ନାହିଁ । ବିଶ୍ୱବିଦ୍ୟାଳୟ, କଲେଜକୁ ଆସିବାକୁ ହେଲେ ଫେସ୍ ମାସ୍କ ବା ଫେସ୍ କଭର ବାଧ୍ୟତାମୂଳକ । ଏହା ଛଡା ବାରମ୍ବାର ହାତ ଧୋଇବା, ସାନିଟାଇଜ୍ ନିଶ୍ଚିତ କରାଯିବ । ଶ୍ରେଣୀଗୃହ, ଲାଇବ୍ରେରୀଗୁଡ଼ିକରେ ସାମାଜିକ ଦୂରତା ଗ୍ରହଣ କରାଯିବ । କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଆଇସୋଲେସନ କୋଠରୀ ରହିବା ଆବଶ୍ୟକ । ଯେତେ ସମ୍ଭବ ଶାରୀରିକ ଶ୍ରେଣୀଗୃହ ଶିକ୍ଷାଦାନର ଉପସ୍ଥାନର ରେକର୍ଡ କରାଯିବ ଏବଂ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟ ରେକର୍ଡରେ ରଖାଯିବ । ରାଜ୍ୟ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟ ସେମାନଙ୍କ ଆବଶ୍ୟକ ଅନୁଯାୟୀ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 7, 2021, 8:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.