ଭୁବନେଶ୍ବର: ହେରିଟେଜ ଜୋନରେ ଲାଗୁ ହେଲା ୟୁନିଫର୍ମ ହୋଡିଙ୍ଗସ ନିୟମ । ଏକାମ୍ରକ୍ଷେତ୍ରର ଐତିହ୍ୟ ସୁରକ୍ଷା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଦୋକାନଗୁଡିକ ଏଣିକି ନିଜ ମନମୁତାବକ ବିଜ୍ଞାପନ ଫଳକ ଲଗାଇ ପାରିବେ ନାହିଁ ।
ପ୍ରଥମ ପର୍ଯ୍ୟାୟରେ ମାଉସୀ ମା ଛକ ଠାରୁ ବଢ଼େଇବାଙ୍କ ଛକ (ରଥ ରୋଡ)ର ଉଭୟ ପାର୍ଶ୍ଵରେ ଅବସ୍ଥାପିତ ସମସ୍ତ ଦୋକାନଗୃହ ମାଲିକ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ସେମାନଙ୍କର ଦୋକାନଗୃହ ବିଜ୍ଞାପନ ବୋର୍ଡ଼ ପରିବର୍ତ୍ତନ କରି ଉକ୍ତ ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧାରିତ ରଙ୍ଗ, ଡିଜାଇନ ଅନୁଯାୟୀ ନୂଆ ବିଜ୍ଞାପନ ବୋର୍ଡ଼ ୧ ମାସ ମଧ୍ୟରେ ଲଗାଇବା ବାଧ୍ୟତାମୂଳକ । ତେବେ ନୂଆ ଆଇନର ଅବମାନନା କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ କହିଛି ।
ତେବେ ଏକାମ୍ର କ୍ଷେତ୍ରର ଐତିହ୍ୟ ସୁରକ୍ଷା ନେଇ ଓଡିଶା ଉନ୍ନୟନ କତ୍ତୃପକ୍ଷ ଆଇନ ୨୦୨୦ (ଯୋଜନା ଓ ଗୃହ ନିର୍ମାଣ ଆଇନ)ର ନିୟମ ୫୨ ଏବଂ ଅଧିନିୟମ (୧)ଅନୁଯାୟୀ ଏହି ନିୟମ ଲାଗୁ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ