ETV Bharat / city

ମନ୍ତ୍ରୀ ଯଦି ନିର୍ଦ୍ଦୋଷ ଲୋକଙ୍କ ମନରୁ ସନ୍ଦେହ ଦୂର କରନ୍ତୁ: କଂଗ୍ରେସ - congress pc on mamita case

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁଣି ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଘଟଣାକୁ ନେଇ ରାଜ୍ୟବାସୀଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

home minister should clarify to people if he is not guilty says congress in mamita meher murder case
ମନ୍ତ୍ରୀ ଯଦି ନିର୍ଦ୍ଦୋଷ, ଲୋକଙ୍କ ମନରୁ ସନ୍ଦେହ ଦୁର କରନ୍ତୁ : କଂଗ୍ରେସ
author img

By

Published : Nov 17, 2021, 4:31 PM IST

ଭୁବେନଶ୍ବର: ସନ୍‌ସାଇନ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିରୋଧୀ ବାରମ୍ବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ କମ ସରଗରମ ନାହିଁ । ଏହାକୁ ନେଇ ଆଜି ମଧ୍ୟ କଂଗ୍ରେସ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ନିଜର ବିବୃତ୍ତି ରଖନ୍ତୁ ବୋଲି କହିଛି । ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ପାଇଁ ତାଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି ।

ମନ୍ତ୍ରୀ ଯଦି ନିର୍ଦ୍ଦୋଷ, ଲୋକଙ୍କ ମନରୁ ସନ୍ଦେହ ଦୁର କରନ୍ତୁ : କଂଗ୍ରେସ

ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମନ୍ତ୍ରୀ ଯଦି ନିଜକୁ ନିର୍ଦ୍ଦୋଷ ବୋଲି ଭାବୁଛନ୍ତି ତେବେ ମମିତା ପରିବାର ଲୋକ ହାଇକୋର୍ଟ ଯାଇଛନ୍ତି ଏହାକୁ ସ୍ୱାଗତ କରନ୍ତୁ । ଅପରାଧୀ କହୁଛି ମୁଁ ଅପରାଧ କରିନାହିଁ । ମୁଁ ଏହି ଘଟଣାରେ ଦୋଷୀ ନୁହେଁ । ମାନ୍ୟବର ହାଇକୋର୍ଟ ଯାହା ନିଷ୍ପତି ତାହାକୁ ମୁଁ ସମ୍ମାନ ଦେବି । ମୋ ନାମକୁ ପକ୍ଷଭୁକ୍ତ କରନ୍ତୁ । ଏଭଳି କହି ରାଜ୍ୟବାସୀଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ମନ୍ତ୍ରୀ । ମନ୍ତ୍ରୀ ଏଭଳି ମନଗଢ଼ା କାହାଣୀ କହିଦେଲେ ହବନି । ଆଉ କେତେଦିନ ପର୍ଯ୍ୟନ୍ତ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇ ରଖିବେ ? ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାନଗଲେ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ। ମମିତା ମେହେର ମାମଲାରେ ସନ୍ଦେହ ଘରରେ ଥିବା ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଉ । କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଳାଇଛି । ମମିତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ରଖିବ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ ବୋଲି କହିଛି କଂଗ୍ରେସ ।

ମନ୍ତ୍ରୀଙ୍କର ଚେହେରା ଓ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ନିରନ୍ତର ଭାବରେ କଂଗ୍ରେସ ଏହି ଘଟଣାରେ ନ୍ୟାୟ ପାଇଁ ଆନ୍ଦୋଳନ କରି ଆସୁଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନୈତିକତା ନଥିବା ଅଭିଯୋଗ କରିଛି କଂଗ୍ରେସ । ଖାଲି ସେତିକି ନୁହେଁ ପଦ ବଳରେ ସେ ସାକ୍ଷୀ ପ୍ରମାଣକୁ ନଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି ପଦ୍ମାକର ଗୁରୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.