ETV Bharat / city

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ଉତ୍ତର; ଦିନକୁ 7ଜଣଙ୍କୁ ହେଉଛି ଦୁଷ୍କର୍ମ - ରେଙ୍ଗାଲୀ ବିଧାୟକ ନାଉରୀ ନାୟକ

ସୋମବାର ବିଧାନସଭାରେ ବିସ୍ଫୋରକ ଉତ୍ତର ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ବଢୁଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ବଢିଛି ଚିନ୍ତା ।

ଗୃହରାଷ୍ଟ୍ର ମନ୍ତ୍ରୀ
author img

By

Published : Nov 25, 2019, 10:13 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ଦୁଷ୍କର୍ମ । ଏକଥା ଆମେ କହୁନୁ, ଖୋଦ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ଲିକ୍ଷିତ ଉତ୍ତରରେ ସ୍ବୀକାର କରିଛନ୍ତି । ରେଙ୍ଗାଲୀ ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥ୍ୟ ଦେଇଛନ୍ତି ଯେ, 2009ରେ ରାଜ୍ୟରେ 1023 ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ 2017ରେ 2221ଟି, 2018ରେ 2502ଟି ଓ 2019ର ସେପ୍ଟେମ୍ବର ପର୍ଯ୍ୟନ୍ତ 1865ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଏହି ହାରରେ ଦେଖିବାକୁ ଗଲେ ରାଜ୍ୟରେ ଦୈନିକ 7ଟି ଦୁଷ୍କର୍ମ ଘଟଣା ଘଟୁଛି ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି ଗତ 9 ବର୍ଷ ମଧ୍ୟରେ ରାଜ୍ୟରେ 43ଟି ହାଜତ ମୃତ୍ୟୁ ହୋଇଥିଲା ବେଳେ ପୋଲିସ ଏନକାଉଣ୍ଟରରେ 165ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ସହ ଗୁଳି ବିନିମୟରେ 187 ଜଣ ଆହତ ହୋଇଛନ୍ତି । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭିନ୍ନ ଦୁଇଟି ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

tara sinha

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.