ETV Bharat / city

ହୋମଗାର୍ଡଙ୍କ ଦୁଃଖ; ପୋଲିସ ଭଳି ଚାକିରୀ, ହେଲେ ମିଳୁନି ସେଭଳି ପାରିଶ୍ରମିକ - home guard not getting salary

ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ପ୍ରାୟ ସମସ୍ତ ସ୍ଥାନରେ ଆମେ ପୋଲିସ ସହ ହୋମଗାର୍ଡଙ୍କୁ ଦେଖିଥାଉ। ଏମାନେ ବି ପୋଲିସ ଭଳି ସଭିଙ୍କୁ ସୁରକ୍ଷା ଦେଇଥାନ୍ତି। ହେଲେ ଏହି ଗୃହରକ୍ଷୀଙ୍କୁ ପୋଲିସ ଭଳି ଉଚିତ ସୁବିଧା ସୁଯୋଗ ମିଳିନାହିଁ। ଯାହାକୁ ନେଇ ସେମାନଙ୍କ ମନରେ କ୍ଷୋଭ ରହିଛି। ଅଧିକ ପଢ଼ନ୍ତୁ...

home guards are underestimated in odisha and not getting any facility that they deserve
ହୋମଗାର୍ଡ: ପୋଲିସ ଭଳି ଚାକିରୀ, ହେଲେ ମିଳୁନି ସେଭଳି ପାରିଶ୍ରମିକ
author img

By

Published : Jan 4, 2021, 10:52 PM IST

Updated : Jan 5, 2021, 9:58 PM IST

ଭୁବନେଶ୍ବର: ରାଜ୍ୟରେ ହୋମଗାର୍ଡଙ୍କ ସ୍ଥିତି ଦୟନୀୟ ରହିଛି । ଦିନ ରାତି ଏକ କରି ଏହି ହୋମଗାର୍ଡ ବା ଗୃହରକ୍ଷୀ କାର୍ଯ୍ୟ କରନ୍ତି। ଖରା ବର୍ଷାରେ ଛକରେ ଛିଡ଼ା ହୋଇ ଟ୍ରାଫିକ ସମ୍ଭାଳିବା ହେଉ ବା ପୋଲିସଙ୍କ ଭଳି ଅପରାଧୀକୁ କବଜା କରିବା ହେଉ । ସବୁଥିରେ ହୋମଗାର୍ଡଙ୍କୁ ଖୋଜା ପଡ଼ିଥାଏ। ରାତିର ଅନ୍ଧାରରେ ଟର୍ଚ୍ଚ ଲାଇଟ ଧରି ଖଣ୍ଡିଏ ସାଇକେଲ ନେଇ ସହର ଜଗିବାକୁ ବାହାରି ପଡ଼ନ୍ତି ହୋମଗାର୍ଡ। ପୋଲିସଙ୍କ ଭଳି ସୁରକ୍ଷା ଦେବାକୁ ସଦା ପ୍ରସ୍ତୁତ ରହୁଥିବା ହୋମଗାର୍ଡ କିନ୍ତୁ ପୋଲିସ ବାବୁଙ୍କ ଭଳି ସୁବିଧା ପାଏ ନାହିଁ।

ହୋମଗାର୍ଡ: ପୋଲିସ ଭଳି ଚାକିରୀ, ହେଲେ ମିଳୁନି ସେଭଳି ପାରିଶ୍ରମିକ

ଦିନକୁ ମଜୁରିଆ ହିସାବରେ ଦିନକୁ ମାତ୍ର ୩୦୦ ଟଙ୍କା ପାଇଥାନ୍ତି ଗୃହରକ୍ଷୀ। ତାହା ପୁଣି ବର୍ଷକ ବାର ମାସ କାମ କଲେ ହିଁ ପାରିଶ୍ରମିକ ପାଇବେ। ଯେତିକି କାମ ସେତିକି ଟଙ୍କା। ପ୍ରତ୍ୟେକ ଦିନ ୮ଘଣ୍ଟାରୁ ଦିନଟିଏ ଛୁଟିରେ ରହିଲେ ମିଳିବନି ଦରମା। ହୋମଗାର୍ଡ ଚାକିରୀ ସରକାରୀ ଭଳି ହୋଇଥିଲେ ସୁଦ୍ଧା ସରକାରୀ ନୁହେଁ। ରାଜ୍ୟ ସରକାରଙ୍କ ହେୟ ଜ୍ଞାନ ଯୋଗୁଁ ଏହି ହୋମଗାର୍ଡଙ୍କୁ ଉଚିତ ପାରିଶ୍ରମିକ ମିଳି ପାରୁନାହିଁ। ଖାଲି ସେତିକି ନୁହେଁ ଟିଏ ଓ ଡିଏ ଭଳି ଅନ୍ୟାନ୍ୟ ସୁବିଧାରୁ ମଧ୍ୟ ବଞ୍ଚିତ ରହିଛନ୍ତି ହୋମଗାର୍ଡ । ଯାହାକୁ ନେଇ ହୋମଗାର୍ଡମାନଙ୍କ ମନରେ କ୍ଷୋଭ ରହିଛି ।

ପୋଲିସ ମୁଖ୍ୟାଳୟଠୁ ଆରମ୍ଭ କରି ବାବୁଙ୍କ ଘର ଆଗରେ ନିଜ କର୍ତ୍ତବ୍ୟକୁ ଦାୟିତ୍ବର ସହ ସମ୍ପାଦନ କରନ୍ତି ଗୃହରକ୍ଷୀ। ହେଲେ ଦରମା ବାବଦକୁ ମିଳୁଛି ମାତ୍ର 9 ହଜାର ଟଙ୍କା। 2010 ମସିହାରେ ହୋମଗାର୍ଡଙ୍କୁ ସର୍ବନିମ୍ନ ଦରମା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଭୃକ୍ଷେପ କରୁନାହାନ୍ତି ରାଜ୍ୟ ସରକାର।

ଏହି ସବୁ ସମସ୍ୟାକୁ ନେଇ ଗୃହରକ୍ଷୀ ମହାସଙ୍ଘ ପକ୍ଷରୁ 2016ରୁ 2018 ମସିହା ପର୍ଯ୍ୟନ୍ତ 416 ଦିନ ବିରୋଧ ପ୍ରଦର୍ଶନ ହୋଇଥିଲା। ଜଣେ ହୋମଗାର୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୂତି ଉଦ୍ୟମ ପରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ମଧ୍ୟ ହରାଇଛନ୍ତି। ହେଲେ ଏସବୁ ଅଣଦେଖା କରି ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୧୭ ହଜାର ୬୭୫ ପଦ ରହିଛି । 16 ହଜାର 806 ଜଣ ହୋମଗାର୍ଡ କାର୍ଯ୍ୟରତ ରହିଛନ୍ତି । ସେମାନଙ୍କ ମଧ୍ୟରେ 1469 ଜଣ ମହିଳା ଓ ୧୫ହଜାର ୩୩୭ ଜଣ ପୁରୁଷ ରହିଛନ୍ତି। ୮୪୨୫ ଜଣ ସହରାଞ୍ଚଳରେ କାମ କରୁଥିବା ବେଳେ କେବଳ ଟ୍ବିନସିଟରେ ନିୟୋଜିତ ଅଛନ୍ତି ୨୦୬୩ ଜଣ।

ଏତେ ମାତ୍ରାରେ ହୋମଗାର୍ଡ ଦିନରାତି ଏକ କରି ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନଥିବା ମନେ ହେଉଛି। ହୋମଗାର୍ଡଙ୍କ ଏଭଳିସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୁର୍ବତନ ପୋଲିସ ଆଇଜି ବି କେ ତ୍ରିପାଠୀ । ଏବେ କେବଳ ନିଜ ଭାଗ୍ୟକୁ ଆଦରି କାର୍ଯ୍ୟରେ ଯୋଗ ଦେଉଛନ୍ତି ଓଡ଼ିଶା ହୋମଗାର୍ଡ।

ଭୁବନେଶ୍ବରରୁ ତାପସ ପରଡ଼ା, ଇଟିଭି ଭାରତ

Last Updated : Jan 5, 2021, 9:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.