ଭୁବନେଶ୍ବର: ଏବେ ଦେଶୀ ମଦ ଓ ମହୁଲିର ହେବ ହୋମ ଡେଲିଭରି । ଡେଲିଭର କରିବେ ରାଜ୍ୟ ସରକାର । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
![home delivery of country liquor](https://etvbharatimages.akamaized.net/etvbharat/prod-images/od-bbs-4-homedeliveryofcountryliquor-avo-7205238_29062020202628_2906f_1593442588_616.png)
ତେବେ ଏହାର ଏକ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ସକାଳ 7ରୁ ସନ୍ଧ୍ୟା 6 ଯାଁଏ ଏହି ଡେଲିଭରି ହେବ । ଏହାସହ ଏବେ ସଂକ୍ରମିତ ଅଞ୍ଚଳରେ ଏହା ଡେଲିଭରି ହେବ ନାହିଁ । ପାଉଚ ପିଛା ହୋମ ଡେଲିଭରି ଚାର୍ଜ 10ରୁ 50 ଟଙ୍କା ରହିବା ନେଇ ସୂଚନା ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ