ETV Bharat / city

କୁନି ପିଲାଙ୍କ ସହ ଶ୍ରୀମନ୍ଦିର ବାହୁଡିଲେ ମହାବାହୁ - Srimandir

ରାଜଧାନୀରେ କୁନି ପିଲାଙ୍କ ସହ ରଥରେ ଶ୍ରୀମନ୍ଦିର ବାହୁଡିଛନ୍ତି ମହାବାହୁ । ସେପଟେ ଶ୍ରୀଜିଉଙ୍କ ବିନା ଶ୍ରୀହିନ ହୋଇପଡିଛି ଗୁଣ୍ଡିଚା ମନ୍ଦିର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 12, 2019, 11:48 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଚତୁର୍ଦ୍ଧାବିଗ୍ରହଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଗୋଟିଏ ପଟେ ଶ୍ରୀଗୁଣ୍ଡିଚା ଶ୍ରୀହିନ ହୋଇପଡିଥିବାବେଳେ ଶ୍ରୀଜିଉଙ୍କୁ ପୁଣି ଥରେ ଦେଉଳରେ ପାଇ ଚଳଚଞ୍ଚଳ ଶ୍ରୀମନ୍ଦିର । ସେପଟେ ରାଜଧାନୀରେ କୁନି ପିଲାଙ୍କ ସହ ରଥରେ ଶ୍ରୀମନ୍ଦିର ବାହୁଡିଛନ୍ତି ମହାବାହୁ । କୁନି କୁନି ପିଲାଙ୍କ ଦ୍ବାରା ଏଠାରେ ରଥଟଣା ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୀର୍ଘ 14 ବର୍ଷ ଧରି ପୁରୁଣା ଭୁବନେଶ୍ବରର ବିଭିନ୍ନ ସାହିର ଲୋକଙ୍କ ସହାୟତାରେ ଆୟୋଜିତ ହୋଇଆସୁଛି ଏହି ରଥଯାତ୍ରା । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଛୋଟ ଛୋଟ ପିଲାଙ୍କ ଦ୍ବାରା ନିର୍ମିତ ରଥରେ ଶ୍ରୀଜିଉ ଜମ୍ବେଶ୍ୱର ପାଟଣାରୁ ଗଙ୍ଗାଯମୁନାରେ ଥିବା ମାଉସୀ ମା ଘରକୁ ଯାଇଥିଲେ । ନବଦିନାତ୍ମକ ରହଣ ପରେ ଆଜି ପୁଣି ନିଜ ସ୍ଥାନକୁ କୁନି କୁନି ଶ୍ରଦ୍ଧାଳୁଙ୍କ ଦ୍ୱାରା ବାହୁଡ଼ିଛନ୍ତି ।

କୁନି କୁନି ପିଲାଙ୍କ ଦ୍ୱାରା ପରିଚାଳିତ ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇ ରଥ ଟାଣିବା ସହିତ ମହାପ୍ରଭୁଙ୍କ ଆଶିଷ ଲାଭ କରୁଥିଲେ । ପିଲାମାନଙ୍କ ଦ୍ୱାରା ପରିଚାଳିତ ଏହି ରଥଯାତ୍ରାର ମୁଖ୍ୟ ଉଦ୍ୟୋକ୍ତା ବସନ୍ତ କୁମାର ସମର୍ଥାଙ୍କ ଅନୁସାରେ ଶ୍ରୀକ୍ଷେତ୍ର ସାଆନ୍ତଙ୍କ ରୀତିନୀତି ଅନୁସାରେ ଏଠାରେ ମଧ୍ୟ ସବୁ ରୀତିନୀତି ବିଧି ଅନୁସାରେ ପାଳିତ ହୋଇଥାଏ । ଯେଉଁଥିରେ ଆଖପାଖ ସାହିର ଶିଶୁମାନେ ମୁଖିଆ ହିସାବରେ ଯୋଗ ଦେଇଥାନ୍ତି । ସେମାନଙ୍କୁ ସାହିର ବରିଷ୍ଠ ଲୋକମାନେ ସହଯୋଗ କରିଥାନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କୁନି ରଥରେ ଜଗନ୍ନାଥ। କୁନି କୁନି ପିଲା ଙ୍କ ଦ୍ଵାରା ହୁଏ ରଥ ଟଣା।14 ବର୍ଷ ଧରି ରାଜଧାନୀ ରେ ଆୟୋଜିତ ହେଉଛି ଏହି ରଥ ଯାତ୍ରା।ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ହୁଏ କାର୍ଯ୍ୟ।ଯାହାକି ପୁରୁଣା ଭୁବନେଶ୍ୱର ର ବିଭିନ୍ନ ସାହି ଲୋକଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୁଏ।
Body:ଶ୍ରୀଗୁଣ୍ଡିଚା ଯାତ୍ରାରେ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ବହୁ ଉତ୍ସାହ ଓ ଉଦ୍ଦୀପନା ର ସହିତ ଜମ୍ବେଶ୍ୱର ପାଟଣାରୁ ଗାଙ୍ଗାଜମୁନା ରେ ଥିବା ମାଉସୀମାଙ୍କ ଘରକୁ ରଥରେ ବସି ଯାଇଥିଲେ ଭାଇଭଉଣୀ।ଆଠ ଦିନର ରହଣି ପରେ ଆଜି ପୁଣି ନିଜ ସ୍ଥାନକୁ କୁନି କୁନି ଶ୍ରଦ୍ଧାଳୁଙ୍କ ଦ୍ୱାରା ବାହୁଡ଼ି ଯାଇଛନ୍ତି।କୁନି କୁନି ପିଲାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପରିଚାଳିତ ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ମଧ୍ୟ ଯୋଗଦେଇ ରଥ ଟାଣିବା ସହିତ ମହାପ୍ରଭୁଙ୍କ ଆଶିଷ ଲାଭ କରୁଥିବା ଦେଖିବକୁ ମିଳିଛି।ପିଲାମାନଙ୍କ ଦ୍ୱାରା ପରିଚାଳିତ ଏହି ରଥ ଯାତ୍ରାର ମୁଖ୍ୟ ଉଦ୍ୟୋକ୍ତା ବସନ୍ତ କୁମାର ସମର୍ଥଆ ଙ୍କ ଅନୁସାରେ ଶ୍ରୀକ୍ଷେତ୍ର ସାଆନ୍ତ ଙ୍କ ଯାତ୍ରାର ରୀତିନୀତି ଅନୁସାରେ ଏଠାରେ ମଧ୍ୟ ସବୁ ରୀତିନୀତି ବିଧିଅନୁସାରେ ପାଳିତ ହୁଏ।ଯେଉଁଥିରେ ଆଖ ପାଖ ସାହି ର ଶିଶୁମାନେ ମୁଖ୍ୟହସାବରେ ଯୋଗଦାନ ଦେଇଥାନ୍ତି।ଯାହାକୁ ଅଞ୍ଚଳର ବୟସ୍କମାନେ ସହଯୋଗ କରିଥାନ୍ତି ବୋଲି କହିଛନ୍ତି।
ବାଇଟ-ବସନ୍ତ କୁମାର ସମର୍ଥଆ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.