ଭୁବନେଶ୍ବର: ଆସିଛି ହୋଲି ପର୍ବ । ଚାରିଆଡେ ଆନନ୍ଦର ମାହୋଲ । ପରସ୍ପରକୁ ରଙ୍ଗ ବୋଳି ହୋଇ ଶୁଭେଚ୍ଛା ଜଣାଉଛନ୍ତି ସଭିଁଏ । ଏହି ଅବସରରେ କଂଗ୍ରେସ ଭବନରେ ମଧ୍ୟ ଖେଳା ଯାଇଛି ହୋଲି । ବର୍ଷକୁ ଥରେ ଆସୁଥିବା ପର୍ବ ଅନେକ ଉତ୍ସାହ ଆଣିଥିବାବେଳେ ମେତ୍ରୀ, ପ୍ରୀତି, ଭାତୃଭାବ ବଢାଇଥାଏ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତ ।
ସେପଟେ, ସମଗ୍ର ବିଶ୍ବରେ କୋରୋନାକୁ ନେଇ ଏକ ଭୟଙ୍କର ସ୍ଥିତି ଉପୁଜିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ହୋଲି ଖେଳିବେ ନାହିଁ ଟ୍ବିଟର ମାଧ୍ୟମରେ ଜଣାଇଥିଲେ । ଏହାସହ କୌଣସି ସମ୍ମିଳନୀରେ ଯୋଗ ଦେବାକୁ ମଧ୍ୟ ମନା କରିଦେଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ