ETV Bharat / city

ଦହିହାଣ୍ଡି ଭାଙ୍ଗି ହୋଲି ପାଳିଲେ ବସ୍ତି ବାସିନ୍ଦା - ଭୁବନେଶ୍ବର

ଭୁବନେଶ୍ୱର ୫୬ ନଂ ୱାର୍ଡରେ ଥିବା ମଇଁଷିଆ ଖାଲ ବସ୍ତି ବାସିନ୍ଦାମାନେ ଶୁକ୍ରବାର ଧୁମଧାମର ସହ ହୋଲି ପାଳନ କରିଛନ୍ତି । ତେବେ ପୂଜା ଦେଇ ନାମକ ମହିଳା(୪୦) ଏହି ବସ୍ତିରେ ପିଲା ବେଳୁ ରହିଆସୁଛନ୍ତି । ରଙ୍ଗର ପର୍ବରେ ସେ ମଧ୍ୟ ନିଜକୁ ସାମିଲ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 22, 2019, 8:36 PM IST

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଆନନ୍ଦ ଓ ଉଲ୍ଲାସର ମାହୋଲ। ସାରା ରାଜ୍ୟରେ ଉତ୍ସବ ମୁଖର ପରିବେଶ। ଚଳଚଞ୍ଚଳ ଗାଁ ଠୁ ସହର। ତେବେ ପିଲାଠୁ ବୁଢା ଯାଏଁ ସମସ୍ତେ ମନ ଭରି ଉପଭୋଗ କରନ୍ତି ରଙ୍ଗର ପର୍ବ ହୋଲିକୁ। ଏଥିରୁ ବାଦ୍ ପଡିନାହାନ୍ତି ବସ୍ତିରେ ରହୁଥିବା ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକମାନେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଭୁବନେଶ୍ୱର ୫୬ ନଂ ୱାର୍ଡରେ ଥିବା ମଇଁଷିଆ ଖାଲ ବସ୍ତି ବାସିନ୍ଦାମାନେଶୁକ୍ରବାର ଧୁମଧାମର ସହ ହୋଲି ପାଳନ କରିଛନ୍ତି । ତେବେ ପୂଜା ଦେଇ ନାମକ ମହିଳା(୪୦) ଏହି ବସ୍ତିରେ ପିଲା ବେଳୁ ରହିଆସୁଛନ୍ତି । ରଙ୍ଗର ପର୍ବରେ ସେ ମଧ୍ୟ ନିଜକୁ ସାମିଲ କରିଛନ୍ତି।

ସେହିପରି ଏହି ବସ୍ତିରେ ଥିବା ୬ ପରିବାର ବିଭିନ୍ନ ଭୋଜିକୁ ଯାଇ ବାସନ ମଜାମଜି କରନ୍ତି। ଏଥିସହ ପ୍ରତିଦିନ ମଜୁରୀ ପାଇଲେ କୁଟୁମ୍ବ ପୋଷନ୍ତି ସେମାନେ । ତେବେ ଶୁକ୍ରବାର ଏହି ଛଅ ପରିବାର ଦହି ହାଣ୍ଡି ଭାଙ୍ଗି ହୋଲିକୁ ଧୁମଧାମରେ ପାଳନ କରିଛନ୍ତି ।

ତେବେ ମଇଁଷି ଖାଲ ବସ୍ତିର ଯୁବକ ସଂଘର ସଭାପତି ହେମନ୍ତ ଦାସ କହିଛନ୍ତି ଆମେ ଗରିବ ,ଦିନ ମଜୁରିଆ ହେଲେ ମଧ୍ୟ ରଙ୍ଗର ଉତ୍ସବ ହୋଲିକୁ ଦହି ହାଣ୍ଡି ଭାଙ୍ଗି ପାଳନ କରୁଛୁ। ପ୍ରତିବର୍ଷ ସମସ୍ତଙ୍କ ଉପସ୍ଥିତରେ ଦହି ହାଣ୍ଡିକୁ ଭାଙ୍ଗି ହୋଲି ପାଳନ କରିଥାଉ । ତେବେ ଶୁକ୍ରବାର ପ୍ରାୟ ୫୦୦ ରୁ ୧ ହଜାର ବସ୍ତି ବାସିନ୍ଦା ମଦ ବର୍ଜନ କରି ଏ ଉତ୍ସବକୁ ବଡ ଖୁସିରେ ପାଳନ କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.