ETV Bharat / city

ଭାରତ ସହିତ ଫାଇନାଲ ଖେଳିବାକୁ ପ୍ରତିପକ୍ଷଙ୍କ ଇଛା ପ୍ରକାଶ - defending

ମ୍ୟାଚ ପୂର୍ବରୁ ନିଜ ନିଜର ଦୋଷ ଦୁର୍ବଳତାକୁ ସୁଧାରିବା ସହ ବିପକ୍ଷ ଦଳକୁ ପରାଜିତ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତଥିବା ପ୍ରତିପକ୍ଷ ହକି ଟିମ ଭାରତ ସହିତ ଫାଇନାଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Jun 5, 2019, 8:24 AM IST

ଭୁବନେଶ୍ୱର: ହକି ସିରିଜ ଫାଇନାଲ ମୁକାବିଲାକୁ ଆଉ ମାତ୍ର ଗୋଟିଏ ଦିନ। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ହକି ଟିମ ଆରମ୍ଭ କରିଛି ଜୋରଦାର ଅଭ୍ୟାସ। ମ୍ୟାଚ ପୂର୍ବରୁ ନିଜ ନିଜର ଦୋଷ ଦୁର୍ବଳତାକୁ ସୁଧାରିବା ସହ ବିପକ୍ଷ ଦଳକୁ ପରାଜିତ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତଥିବା ପ୍ରତିପକ୍ଷ ଟିମ ଭାରତ ସହିତ ଫାଇନାଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ପ୍ରତିଯୋଗିତା ପୂର୍ବରୁ ଆଜି ସମସ୍ତ ଟିମର ସଦସ୍ୟମାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତ ଉଚ୍ଚ ମାନ୍ୟତା ପ୍ରାପ୍ତ ଦଳ । ଏହାସହ ଘରୋଇ ଗ୍ରାଉଣ୍ଡରେ ଖେଳ ହେଉଥିବାରୁ ଭାରତ ଫାଇନାଲରେ ପ୍ରବେଶ କରିବାକୁ ଦାବିଦାର ବୋଲି ସେମାନେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଦଳ ଗୁଡିକ ସେମାନଙ୍କ ପ୍ରସ୍ତୁତି ନେଇ ସନ୍ତୁଷ୍ଟ ଥିବା ବେଳେ ଟୋକିଓ ଅଲମ୍ପିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ଉଠିବାକୁ ସମ୍ପୂର୍ଣ୍ଣ ଫୋକ୍‌ସରେ ରହିଥିବା କହିଛନ୍ତି।

ଏହି ଅବସରରେ ଭାରତୀୟ ଦଳର ଅଧିନାୟକ ମନପ୍ରିତ ସିଂ କହିଛନ୍ତି କି ଦଳ ଯେଉଁ ଭୁଲ ଏସିଆନ ଚମ୍ପିଆନସିପରେ କରିଛି ତାହାର ପୁନରାବୃତ୍ତି ନକରିବାକୁ ଦଳ ନୂଆ କୋଚ ଗ୍ରାହମ ରିଡ଼ଙ୍କ ନେତୃତ୍ୱରେ ପ୍ରସ୍ତୁତି ଚଳାଇଛି। ତେବେ ସମସ୍ତ ଟିମ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଦଳ ତାର ରଣନୀତି ଅନୁଯାୟୀ ଖେଳିବ ବୋଲି ସେ କହିଛନ୍ତି।

ଏହା ଅଲମ୍ପିକ ପର୍ଯ୍ୟାୟ ପାଇଁ କ୍ବାଲିଫାଇ ମ୍ୟାଚ ହୋଇଥିବାରୁ ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ଦେବା ସହିତ ବିଜୟୀ ହେବୁ ବୋଲି ମନପ୍ରିତ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.