ଭୁବନେଶ୍ବର: 41ବର୍ଷର ଅପେକ୍ଷା କିଛି କମ ନୁହେଁ । ଦୀର୍ଘ ବର୍ଷର ପରିଶ୍ରମ ପରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବୋଞ୍ଚ ଜିତି ଇତିହାସ ରଚିଛି । ଆଉ ମହିଳା ହକି ଦଳ ସେମିଫାଇନାଲକୁ ପ୍ରବେଶ କରି ହକିକୁ ଆଉ ଦୁଇ ପାଦେ ଆଗକୁ ନେଇଛି । ଏ ନେଇ ଉଭୟ ମହିଳା ଓ ପୁରୁଷ ହକି ଖେଳାଳିଙ୍କୁ ମିଳୁଛି ସମ୍ମାନ ସହିତ ପୁରସ୍କାର । ଭୁବନେଶ୍ବର ସ୍ଥିତ ଏକ ହୋଟେଲ ଅଲମ୍ପିକ ପାଇଁ ଖେଳି ଥିବା ଭାରତୀୟ ହକି ଟିମର ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯାଇଛି ।
ଏହି ସଭାରେ ପୁରୁଷ ହକି ଟିମର ଖେଳାଳି ବିରେନ୍ଦ୍ର ଲାକ୍ରା ,ଅମିତ ରୋହିଦାସ ଏବଂ ମହିଳା ଖେଳାଳି ନମିତା ଟୋପ୍ପୋ, ଦୀପଗ୍ରେସ ଏକ୍କା ଯୋଗ ଦେଇଥିଲେ । ଏଥିରେ ସେମାନଙ୍କୁ ସମ୍ବୋଧିତ କରାଯାଇଛି । ଏହି ସଭାରେ ପୂର୍ବତନ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମଧ୍ୟ ଯୋଗ ଦେଇଥିଲେ । ଟୋକିଓରେ ଭାରତୀୟ ହକି ଦଳର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଖେଳାଳି ମାନଙ୍କୁ ପ୍ରଶଂସା କରିବା ସହ ସମ୍ମାନିତ କରାଯାଇଛି ।
ମହିଳା ଟିମଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ସେମାନଙ୍କ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଖେଳାଳି ମାନଙ୍କୁ ଦିଲ୍ଲୀପ ତିର୍କୀ ପ୍ରଶଂସା କରିଥିଲେ । ହକି ପ୍ରତି ରାଜ୍ୟ ସରକାରଙ୍କ ଯେଉଁ ପ୍ରୟାସ ରହିଛି ନିଶ୍ଚିତ ଭାବରେ ଆଗକୁ ଆହୁରି ବହୁତ ପିଲା ଓଡ଼ିଶାରୁ ଖେଳିବେ ଓ ଆଜି ଯେଉଁ ଭଳି ଭାବରେ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ହକି ବହୁତ ଆଗକୁ ଯିବ । ଏ ବିଜୟ କେବଳ ମୋର ନୁହେଁ ସମଗ୍ର ଭାରତର ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ