ETV Bharat / city

'ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌କୁ ରୋକିପାରିବ' - ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ

ଏଚଆଇଭି/ଏଡସ୍‌ ନେଇ ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌କୁ ରୋକିପାରିବ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 25, 2019, 6:23 AM IST

ଭୁବନେଶ୍ବର: ଏଚଆଇଭି/ଏଡସ୍‌ ନେଇ ଜାତୀୟ ଏବଂ ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସଂସ୍ଥା ମଙ୍ଗଳବାର ଭୁବନେଶ୍ବରରେ ଏକ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାବଧାନତା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌ ପରିଚାଳନାର ମୂଳମନ୍ତ୍ର । ହେଲେ ଏଚଆଇଭି ଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ସାମୁଦାୟିକ ସେବା ଯତ୍ନ ଯୋଗାଇ ଦେବା ଜାତୀୟ ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ୧୯୯୬ ମସିହାରେ ୪୮ ହଜାର ଏଚଆଇଭି ଯୁକ୍ତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ୨୦୧୯ରେ ଏହାର ସଂଖ୍ୟା 50ପ୍ରତିଶତ କମିଛି । ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣର ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡସ୍‌ଜନିତ ବିପଦକୁ ଦୂରେଇ ଦିଆଯାଇପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ଏନଜିଓ ଏଡସ୍‌ ସଚେତନତା ନେଇ କାର୍ଯ୍ୟ ଜାରି ରଖିଛନ୍ତି । ଶ୍ରମିକ ମାନଙ୍କୁ ଏଚ୍‌ଆଇଭି ନିରାକରଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଅବଗତ କରାଯାଉଛି । ଏଡସ୍‌ ଚିହ୍ନଟ ବ୍ୟକ୍ତିଙ୍କ ଚିକିତ୍ସା ନେଇ ୨୦୧୯-୨୦ ବାର୍ଷିକ ପ୍ଲାନ ଦ୍ବାରା ନୂତନ ଏଆର୍ଟି ସେଣ୍ଟର ଖୋଳାଯିବାର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ନବ କିଶୋର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏଚଆଇଭି /ଏଡ୍ସ ନେଇ ସଚେତନତା କର୍ମଶାଳା।

Body:ଏଚଆଇଭି/ଏଡ୍ସ ନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା ଏବଂ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଜନସଚେତନତା କର୍ମଶାଳା।ସାବଧାନତା ଏବଂ ସଂକ୍ରମଣ ପରବର୍ତ୍ତୀ ଯତ୍ନ ଏଚଆଇଭି/ଏଡ୍ସ ପରିଚାଳନାର ମୂଳ ମନ୍ତ୍ର ବୋଲି କୁହାଯାଉଥିବା ବେଳେ ଏଚଆଇଭି ଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ସାମୁଦାୟିକ ସେବା ଯତ୍ନ ଯୋଗାଇ ଦେବା ପାଇଁ ଲକ୍ଷ ରଖିଛି ଜାତୀୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ।ମଙ୍ଗଳବାର ଭୁବନେଶ୍ୱରରେ ଏଚଆଇଭି /ଏଡ୍ସ ସଚେତନତା ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା କମିଛି। ୧୯୯୬ ମସିହାରେ ୪୮ହଜାର ଏଚଆଇଭି ଯୁକ୍ତ ବ୍ୟକ୍ତି ପଞ୍ଜିକୃତ ହୋଇଥିବାବେଳେ ୨୦୧୯ ରେ ଏହି ସଂଖ୍ୟା ୫୦ ପ୍ରତିଶତ କମିଯାଇଛି।ପ୍ରତିଷେଧକ ବ୍ୟବସ୍ଥା ଏବଂ ସଂକ୍ରମଣ ପରବର୍ତୀ ଯତ୍ନ ଏଚଆଇଭି ଏଡ୍ସ ଜନିତ ବିପଦକୁ ଦୁରେଇ ଦିଆଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

ସୂଚନା ଥାଉ କି ରାଜ୍ୟରେ ବିଭିନ୍ନ ଏନଜିଓ ଏଡ୍ସ ସଚେତନତା ନେଇ କାର୍ଯ୍ୟ ଜାରିରଖିଛନ୍ତି।ଶ୍ରମିକ ମାନଙ୍କୁ ଏଚଆଇଭି ନିରାକରଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରି ଅବଗତ କରାଯାଉଛି।ଏଡ୍ସ ଚିହ୍ନଟ ବ୍ୟକ୍ତିଙ୍କ ଚିକିତ୍ସା ନେଇ ୨୦୧୯-୨୦ ବାର୍ଷିକ ପ୍ଲାନ ଦ୍ୱାରା ନୂତନ ଏଆର୍ଟି ସେଣ୍ଟର ଖୋଳାଯିବାର ବ୍ୟବସ୍ଥା ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.